www.samajalive.in
Saturday, December 13, 2025
26.1 C
Bhubaneswar

୩୮କୋଟି ଟଙ୍କାର ଚଳନ୍ତା ଘର!

ମହାମାରୀର ପ୍ରଭାବରେ ଗରିବ ଠାରୁ ଧନୀ ସମସ୍ତଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି। କେତୋଟି ରାଷ୍ଟ୍ର ଜୀବନଯାପନ ସ୍ବାଭାବିକ ନିମନ୍ତେ ପର୍ଯ୍ୟଟକଙ୍କ ଯା-ଆସ କଟକଣା ମୁକ୍ତ କରିଥିବାବେଳେ କୋଭିଡ-୧୯ ସତର୍କତା କଡ଼ାକଡ଼ି କରାଯାଇଛି। ଏପରିସ୍ଥଳେ କେତେଜଣ ସାହସର ସହିତ ଭ୍ରମଣ ନିମନ୍ତେ ଆଗେଇ ଆସିଥିବାବେଳେ ଅନ୍ୟମାନେ ପଛଘୁଞ୍ଚା ଦେଉଛନ୍ତି। ଦୁବାଇ ବିଦେଶୀ ପର୍ଯ୍ୟଟକଙ୍କୁ ସ୍ବାଗତ ଜଣାଇବାବେଳେ ଗତ କିଛିଦିନ ମଧ୍ୟରେ ସେଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇଉରୋପୀୟ ରାଷ୍ଟ୍ରଗୁଡ଼ିକରେ ଧନିକ ବର୍ଗର ଲୋକ ବଡ଼ବଡ଼ ଭ୍ୟାନ୍ କିଣି ତାହାକୁ ଘରରେ ରୂପାନ୍ତର କରି ଯାତ୍ରା କରିବାକୁ ଉଚିତ୍ ମଣୁଛନ୍ତି। ଇଟାଲୀର ଜନୈକ ସ୍ଥପତି ଲୋକଙ୍କ ଆଗ୍ରହ ଏସବୁ ପ୍ରତି ବଢ଼ୁଥିବା ଦେଖି ‘ଚଳନ୍ତା ଫାର୍ମ ହାଉସ୍’ ନିର୍ମାଣ କରିଛନ୍ତି। ଏକ ବଡ଼ ଟ୍ରକ୍‌କୁ ଫାର୍ମ ହାଉସ୍‌ର ରୂପ ଦିଆଯାଇଥିବାବେଳେ ନଭେମ୍ବର ପ୍ରଥମ ସପ୍ତାହରେ ପର୍ଯ୍ୟଟକଙ୍କୁ ଭଡ଼ା ଦିଆଯିବ ବୋଲି ପ୍ରକାଶ। ଚଳନ୍ତା ଫାର୍ମ ହାଉସ୍‌ରେ ମୋଟ୍ ୪ଜଣ ଲୋକଙ୍କ ରହିବାର ସମସ୍ତ ସୁବିଧା ଉପଲବ୍ଧ। ଏହାର ଆଭ୍ୟନ୍ତରୀଣ ଡିଜାଇନ୍‌ରେ ୩୮ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ହୋଟେଲରେ ବର୍ତ୍ତମାନ ସମୟରେ ରହିବା ପରିବର୍ତ୍ତେ ଏଭଳି ଚଳନ୍ତା ଘରେ ରହିବାକୁ ଲୋକ ସୁରକ୍ଷିତ ମଣୁଛନ୍ତି। କେତେଜଣ ଏହାକୁ ‘ରନିଙ୍ଗ ହାଉସ୍’ର ନାମ ଦେଇଛନ୍ତି। ସ୍ଥପତିଜଣକ ନିଜ ରହିବା ପାଇଁ ଏହି ଘର ତିଆରି କରିଥିଲେ। ହେଲେ ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ସେ ଏହି ଚଳନ୍ତା ଘରକୁ ବ୍ୟବସାୟରେ ଲଗାଇବା ଉଚିତ ହେବ ବୋଲି କହିଛନ୍ତି। ୩୬ ଫୁଟ୍ ଲମ୍ବ ଏହି ଘରର ବୈଠକଖାନା ହିଁ ସବୁଠୁ ଆକର୍ଷଣୀୟ। ଗାଡ଼ି ଚାଲୁଥିବା ସମୟରେ ଏହି କକ୍ଷରେ ବସିଥିବା ଲୋକଟି ଭରପୂର ମନୋରଞ୍ଜନ କରିପାରିବ। ଚତୁର୍ଦିଗ କାଚ କବାଟର ବାହାରର ଦୃଶ୍ୟକୁ ଜଣେ ମନଭରି ଉପଯୋଗ କରିବ। ‘ଚଳନ୍ତା ଫାର୍ମ ହାଉସ୍’ ଅନ୍-ଲାଇନ୍ ବୁକିଂ ସୁବିଧା ଥିବାବେଳେ ପ୍ରଥମ ଗ୍ରାହକ ଭାବେ ଅବସରପ୍ରାପ୍ତ ଦମ୍ପତି ବୁକିଂ କରିଛନ୍ତି। ୩ଦିନର ଭଡ଼ା ବାବଦକୁ ସେମାନେ ଅଗ୍ରିମ ଅର୍ଥ ୧ଲକ୍ଷ ୧୨ହଜାର ଟଙ୍କା ପଇଠ କରିଛନ୍ତି। ଯାତ୍ରା ସମୟରେ ତାଙ୍କ ସହ ଦୁଇଜଣ ପରିଚାରକ ରହିପାରିବେ। ଜଣେ ଗାଡ଼ି ଚଳାଇବା ଓ ଅନ୍ୟ ଜଣେ ସଫାସୁତୁରା ଓ ରୋଷେଇ ଦାୟିତ୍ବରେ ରହିବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories