www.samajalive.in
Sunday, December 14, 2025
23.1 C
Bhubaneswar

ମସଜିଦରେ ବୋମା ତିଆରି ବେଳେ ବିସ୍ଫୋରଣ, ୩୨ ଆତଙ୍କବାଦୀ ନିହତ

କାବୁଲ: ଶେଷରେ ନିଜ କୁକର୍ମର ଫଳ ଭୋଗିଛନ୍ତି ତାଲିବାନୀ ଆତଙ୍କବାଦୀ। ଆଫଗାନିସ୍ତାନର ଏକ ମସଜିଦରେ ବୋମା ତିଆରି ପ୍ରଶିକ୍ଷଣ ବେଳେ ବିସ୍ଫୋରଣ ଘଟିବାରୁ ୩୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏ ସମସ୍ତ ଆତଙ୍କବାଦୀ ତାଲିବାନୀ ସଂଗଠନର ବୋଲି ଜଣାପଡ଼ିଛି।

ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଫୱାଦ ଅମାନ କହିଛନ୍ତି ଯେ, ବୋମା ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉପସ୍ଥିତ କୌଣସି ବ୍ୟକ୍ତି ଜୀବିତ ନାହାନ୍ତି। ଏହା ସବୁଠୁ ଭୟଙ୍କର ଘଟଣା। ପୂର୍ବରୁ ଏପରି ଘଟଣାରେ ୬ କିମ୍ବା ୮ ଆତଙ୍କବାଦୀ ନିହତ ହେଉଥିଲେ। କିନ୍ତୁ ପ୍ରଥମ ଥର ଳାଗି ଏଭଳି ବଡ଼ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଛନ୍ତି।

- Advertisement -

ଆଫଗାନିସ୍ତାନ ସେନା ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଏହି ବୋମା ବିସ୍ଫୋରଣ ଦେଶର ବାଲ୍‌ଖ୍ୟ ପ୍ରଦେଶରେ ଘଟିଛି। ଏଥିରେ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ୬ ଜଣ ବିଦେଶୀ ଆତଙ୍କୀ ଥିଲେ। ସେମାନେ ବାରୁଦ ସୁଡ଼ଙ୍ଗ ତିଆରି କରିବାରେ ମାହିର ଥିଲେ। ଗତ ଶନିବାର ସେମାନେ ଦୌଲତାବାଦ ଜିଲାର କୁଲ୍‌ତାକ ଗାଁରେ ଥିବା ଏକ ମସଜିଦରେ ୨୬ ତାଲିବାନୀ ଆତଙ୍କବାଦୀଙ୍କୁ ବୋମା ତିଆରି ପ୍ରଶିକ୍ଷଣ ଦେଉଥିଲେ। ଏହି ସମୟରେ ହଠାତ୍‌ ବୋମା ବିସ୍ଫୋରଣ ଘଟିଥିଲା, ଯାହାଫଳରେ ସେଠାରେ ଉପସ୍ଥିତ ୩୨ ଆତଙ୍କବାଦୀ ନିହତ ହୋଇଥିଲେ।

ତେବେ ୬ ବିଦେଶୀ ଆତଙ୍କବାଦୀଙ୍କ ସମ୍ପର୍କରେ ସେନା ମୁଖପାତ୍ର କୌଣସି ତଥ୍ୟ ଦେଇନାହାନ୍ତି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ତାଲିବାନୀ ଆତଙ୍କବାଦୀମାନେ ଗାଁର ଏକ ମସଜିଦରେ ଜମା ହୋଇଥିଲେ। ସେମାନଙ୍କୁ ରାସ୍ତାପାର୍ଶ୍ଵରେ ଖଞ୍ଜା ଯାଉଥିବା ଆଇଇଡି ବୋମା ତିଆରି ପ୍ରଶିକ୍ଷଣ ଦିଆଯାଉଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories