www.samajalive.in
Saturday, December 6, 2025
26.1 C
Bhubaneswar

ଆଲାହାବାଦ ବିଶ୍ଵବିଦ୍ୟାଳୟ ପ୍ରଫେସର ଓ ୧୬ ବିଦେଶୀ ଜମାତ ସଦସ୍ୟଙ୍କ ସମେତ ୩୦ ଗିରଫ

ପ୍ରୟାଗରାଜ: ଉତ୍ତରପ୍ରଦେଶ ସରକାର ଏବଂ ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ବେ ଦିଲ୍ଲୀ ମରକଜରେ ସାମିଲ ହୋଇଥିବା ଜମାତ ସଦସ୍ୟମାନେ ନିଜ ବିଷୟରେ ସରକାରଙ୍କୁ ସୂଚନା ଦେଉନାହାନ୍ତି। ବରଂ ଲୁଚି ରହୁଛନ୍ତି। ଏହି ସୂଚନା ମିଳିବା ପରେ ଉତ୍ତରପ୍ରଦେଶ ପୁଲିସ ଆଲାହାବାଦ ବିଶ୍ଵବିଦ୍ୟାଳୟର ଜଣେ ପ୍ରଫେସର ଓ ୧୬ ବିଦେଶୀ ଜମାତ ସଦସ୍ୟଙ୍କ ସମେତ ୩୦ ଜଣଙ୍କୁ ଗିରଫ କରିଛି। ସୋମବାର ବିଳମ୍ବିତ ରାତିରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି।

ଫରେନର୍ସ ଆକ୍ଟ ଅଧୀନରେ ବିଦେଶୀମାନଙ୍କୁ ଗିରଫ କରାଯାଇଥିବାବେଳେ ଜମାତ ସଦସ୍ୟମାନଙ୍କୁ ଗୁପ୍ତ ଭାବେ ଆଶ୍ରୟ ଦେଇଥିବା ଅଭିଯୋଗରେ ପ୍ରଫେସରଙ୍କୁ ଗିରଫ କରାଯାଇଛି। ଶିବକୁଟୀର ରସୁଲାବାଦରେ ରହୁଥିବା ଆଲାହାବାଦ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପ୍ରଫେସର ଦିଲ୍ଲୀରେ ଆୟୋଜିତ ତବଲୀଗୀ ଜମାନରେ ସାମିଲ ହେବା ପରେ ଘରକୁ ଫେରି ଚୁପଚାପ ରହୁଥିବା ଖବର ମିଳିଥିଲା। ଏହା ପରେ ତାଙ୍କୁ ଏବଂ ତାଙ୍କ ପରିବାରକୁ କ୍ବାରେଣ୍ଟାଇନରେ ରଖାଯାଇଥିଲା।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories