www.samajalive.in
Sunday, December 7, 2025
16.1 C
Bhubaneswar

ଭାରତର ଏହି ୩ ଜଣ ରାଷ୍ଟ୍ରପତି, ବେତନର ୭୦ରୁ ୭୫ % ଅର୍ଥ ଦେଶ ଉଦ୍ଦେଶ୍ୟରେ କରୁଥିଲେ ଦାନ

ନୂଆଦିଲ୍ଲୀ : ବିଶ୍ୱ ମହାମାରୀ କରୋନା ଯୁଦ୍ଧ ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ-ବିଧାୟକମାନେ ସେମାନଙ୍କ ଦରମା ୩୦ ପ୍ରତିଶତ ଦାନ କରୁଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ତାଙ୍କ ବେତନର ୩୦ ପ୍ରତିଶତ ରାଷ୍ଟ୍ର ଲାଗି ଦାନ କରୁଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ପୂର୍ବରୁ ଆମ ଦେଶରେ ଏପରି ୩ଜଣ ରାଷ୍ଟ୍ରପତି ଥିଲେ, ଯେଉଁମାନେ ନିଜ ବେତନର ମାତ୍ର ୨୫ରୁ ୩୦ ପ୍ରତିଶତ ନେଉଥିଲେ ଏବଂ ଅନ୍ୟ ବଳକା ଅର୍ଥ ରାଷ୍ଟ୍ର ଉଦ୍ଦେଶ୍ୟରେ ଦାନ କରୁଥିଲେ।

ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ

- Advertisement -

ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଥିଲେ। ସ୍ୱାଧୀନତା ସଂଗ୍ରାମରେ ଭାଗ ନେବା ପୂର୍ବରୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ପାଟଣାର ଜଣାଶୁଣା ଆଇନଜୀବୀ ଥିଲେ, କିନ୍ତୁ ମହାତ୍ମା ଗାନ୍ଧୀଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବାବେଳେ ସେ ତାଙ୍କର ଅତି ସାଧାରଣ ଜୀବନଶୈଳୀ ଏବଂ ସ୍ୱଳ୍ପ ଖର୍ଚ୍ଚ କୁ ନେଇ ଅନେକ ଉଦାହରଣ ସୃଷ୍ଟି କରିଥିଲେ। ୧୯୫୦ ମସିହାରେ ଯେତେବେଳେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ, ସେତେବେଳେ ସେ ଭାଇସରାୟ ହାଉସରେ ରହିବାକୁ ମଧ୍ୟ ଅନିଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସେହି ହାଉସ ମଧ୍ୟକୁ ରାଜେନ୍ଦ୍ର ପ୍ରସାଦଙ୍କ ପ୍ରବେଶ କରିବା ସହିତ ତାହାର ନାମ ରାଷ୍ଟ୍ରୀୟ ଭବନରେ ପରିବର୍ତ୍ତିତ ହୋଇଥିଲା। ଭାରତର ରାଷ୍ଟ୍ରପତି ଭବନ ବିଶ୍ୱର ସର୍ବବୃହତ ପରିସର ବିଶିଷ୍ଟ ରାଷ୍ଟ୍ରପତି ଭବନରେ ଭାବରେ ଜଣାଶୁଣା।

ବେତନର ମାତ୍ର ୨୫ ପ୍ରତିଶତ ନେଉଥିଲେ

ସେତେବେଳେ ରାଷ୍ଟ୍ରପତିଙ୍କ ଦରମା ମାସକୁ ୧୦,୦୦୦ ଟଙ୍କା ଥିଲା। ଏଥିମଧ୍ୟରୁ ରାଜେନ୍ଦ୍ର ପ୍ରସାଦ ମାତ୍ର ୫୦ ପ୍ରତିଶତ ଗ୍ରହଣ କରୁଥିଲେ ଏବଂ ବଳକା ଅର୍ଥକୁ ସରକାରୀ ପାଣ୍ଠିକୁ ଦେଉଥିଲେ। ପରବର୍ତ୍ତୀ ବର୍ଷରେ ତାଙ୍କ ଦରମା ଆହୁରି ହ୍ରାସ କରିବାକୁ ଲାଗିଲେ। ପରେ ସେ ତାଙ୍କ ବେତନର ମାତ୍ର ୨୫ ପ୍ରତିଶତ ନେଉଥିଲେ।

ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ୍

ଭାରତର ଦ୍ୱିତୀୟ ରାଷ୍ଟ୍ରପତି ହୋଇଥିବା ଡକ୍ଟର ରାଧାକ୍ରିଷ୍ଣନ୍ ତାଙ୍କ ବେତନର ୭୫ ପ୍ରତିଶତ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିକୁ ଦାନ ଦେଉଥିଲେ। ଏହା ପରେ ତାଙ୍କର ଆୟକର ଟିକସ କାଟି ତାଙ୍କୁ କେବଳ ୧୯୦୦ ଟଙ୍କା ମିଳୁଥିଲା। ଡକ୍ଟର ରାଧାକ୍ରିଷ୍ଣନ୍ ୧୯୬୨ ରୁ ୧୯୬୭ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ରାଧାକୃଷ୍ଣନ୍ ତାଙ୍କର ସାଧାରଣ ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଥିଲେ।

ଦେଶର ଷଷ୍ଠ ରାଷ୍ଟ୍ରପତି ନୀଲମ ସଞ୍ଜୀବ ରେଡ୍ଡୀ

ଆନ୍ଧ୍ରପ୍ରଦେଶରୁ ଆସିଥିବା ନୀଲମ ସଞ୍ଜୀବ ରେଡ୍ଡୀ ଦେଶର ଷଷ୍ଠ ରାଷ୍ଟ୍ରପତି ଥିଲେ। ଯେତେବେଳେ ଆନ୍ଧ୍ରପ୍ରଦେଶ ଏକ ଅଲଗା ରାଜ୍ୟ ହେଲା, ସେତେବେଳେ ସେ ସେଠାକାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ଧନୀ ଏବଂ ଜମିଦାର ପରିବାରର ନୀଲମ ସଞ୍ଜୀବ ରେଡ୍ଡୀ ତାଙ୍କ ୬୦ ଏକର ଜମି ସରକାରଙ୍କୁ ଦେଇଥିଲେ। ୧୯୭୭ ମସିହାରେ ନୀଲମ ସଞ୍ଜୀବ ରେଡ୍ଡୀ ଦେଶର ଷଷ୍ଠ ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରପତି ଭାବରେ ସେ ପାଉଥିବା ବେତନର ମାତ୍ର ୩୦ ପ୍ରତିଶତ ଗ୍ରହଣ କରୁଥିଲେ ଏବଂ ଅବଶିଷ୍ଟ ଅର୍ଥକୁ ସରକାରୀ ପାଣ୍ଠିକୁ ଦେଉଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories