www.samajalive.in
Saturday, December 6, 2025
26.1 C
Bhubaneswar

କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ ନ କରିବା ମହଙ୍ଗା ପଡ଼ିଲା, ୩ ପୁଲିସ କର୍ମଚାରୀ ନିଲମ୍ବିତ

ପାଟନା: ନୂଆ ମୋଟର ଯାନ ସଂଶୋଧିତ ଆଇନ ଆସିବା ପରେ ଦେଶବ୍ୟାପୀ ଏହାକୁ କଡ଼ାକଡ଼ି ଲାଗୁ କରାଯାଇଛି। ତେବେ ଅନେକ ସ୍ଥାନରେ ସରକାରୀ ଅଧିକାରୀ, ପୁଲିସ ଏବଂ ନେତା ଓ ମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ କରାଯାଉ ନ ଥିବା ଅଭିଯୋଗ ହେଉଛି। ଏପରି କି କେନ୍ଦ୍ରମନ୍ତ୍ରୀ ଏବଂ ବଡ଼ ବଡ଼ ନେତାଙ୍କ ଗାଡ଼ିକୁ ଯାଞ୍ଚ କରି ଚାଲାଣ କାଟିବାକୁ ପୁଲିସ କର୍ମଚାରୀ ସାହସ କରୁନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରର ପାଟନାରେ। କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେଙ୍କ ଗାଡ଼ି ଯାଞ୍ଚ ନ କରିବା ୩ ପୁଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଚୌବେଙ୍କ ଗାଡ଼ି ବେଲି ରୋଡ୍‌ସ୍ଥିତ ବିହାର ମ୍ୟୁଜିୟମ ନିକଟ ରାସ୍ତା ଦେଇ ଯାଉଥିବାବେଳେ ତାହାକୁ ଯାଞ୍ଚ ନ କରି ଛାଡ଼ି ଦିଆଯାଇଥିଲା। ଏହା ସାମ୍ନାକୁ ଆସିବା ପରେ ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।

ପୁଲିସ ପକ୍ଷରୁ ବେଲି ରୋଡ୍‌ସ୍ଥିତ ବିହାର ମ୍ୟୁଜିୟମ ନିକଟରେ ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ଚୌବେଙ୍କ କଳା କାଚ ଲାଗିଥିବା କାର ଯାଉଥିଲା। ତାଙ୍କ ପୁଅ ଅର୍ଜିତ ଚୌବେ ଗାଡ଼ି ଚଲାଉଥିଲେ। ଗାଡ଼ିରେ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଥିଲେ। ପୁଲିସ କର୍ମଚାରୀମାନେ ଗାଡ଼ିକୁ ଯାଞ୍ଚ କରିବା ପାଇଁ ଅଟକାଇଥିଲେ। କିନ୍ତୁ କେହି ଯାଞ୍ଚ ପାଇଁ ଗାଡ଼ି ନିକଟକୁ ଯାଇ ନ ଥିଲେ। ଫଳରେ ଅର୍ଜିତ ବିନା ଯାଞ୍ଚରେ ଗାଡ଼ିକୁ ନେଇ ପଳାଇଥିଲେ। ଜରିମାନା ଆଦାୟ କରିବାରେ ଅବହେଳା କରିବାରୁ ୩ ପୁଲିସ କର୍ମଚାରୀ ଦେବପାଲ ପାସୱାନ, ଦିଲୀପ ଚନ୍ଦ୍ର ସିଂହ ଏବଂ ପପୁ କୁମାରଙ୍କୁ ନିଲମ୍ବନ କରିବାକୁ ଟ୍ରାଫିକ ଏସପିଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories