www.samajalive.in
Sunday, December 7, 2025
26.1 C
Bhubaneswar

ସରକାରୀ ଚାକିରି କ୍ଷେତ୍ରରେ ରାଜ୍ୟର ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ନେଲେ ପଞ୍ଜାବ ସରକାର

ଚଣ୍ଡିଗଡ : ସରକାରୀ ଚାକିରି କ୍ଷେତ୍ରରେ ରାଜ୍ୟର ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ପଞ୍ଜାବ ସରକାର । ବୁଧବାର ପଞ୍ଜାବ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଟ୍ବିଟ କରି ସୂଚନା ଦେଇ କହିଛନ୍ତି । ଏଣିକି ରାଜ୍ୟରେ ସରକାରୀ ଚାକିରୀ (ଗ୍ରୁପ୍ ଏ, ବି, ସି ଏବଂ ଡି)ରେ ମହିଳାମାନେ ୩୩ ପ୍ରତିଶତ ସଂରକ୍ଷଣ ସୁବିଧା ପାଇବେ।  ଏଥି ସହିତ ପଞ୍ଜାବ ସିଭିଲ ସର୍ଭିସ (ମହିଳାଙ୍କ ପାଇଁ ପୋଷ୍ଟର ସଂରକ୍ଷଣ) ନିୟମ ୨୦୨୦ କୁ କ୍ୟାବିନେଟ ଅନୁମୋଦନ କରିଛି।


ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ବିଟରେ ଲେଖିଛନ୍ତି ଯେ ‘ପଞ୍ଜାବର ମହିଳାମାନଙ୍କ ପାଇଁ ଆଜି ଏକ ଐତିହାସିକ ଦିନ। ଆଜି ଆମର ମନ୍ତ୍ରୀ ପରିଷଦ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ଅନୁମୋଦନ କରିଛନ୍ତି। ମୁଁ ନିଶ୍ଚିତ ଯେ ଏହା ଆମ ଝିଅମାନଙ୍କୁ ଅଧିକ ସଶକ୍ତିକରଣ କରିବାରେ ସାହାଯ୍ୟ କରିବ ଏବଂ ସେମାନେ ବହୁ ଦୂର ଯିବ ଏବଂ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବ।’

- Advertisement -


ଏଥି ସହିତ ବୁଧବାର ପଞ୍ଜାବ କ୍ୟାବିନେଟ ବୈଠକରେ ନୂତନ ବୃତ୍ତି ଯୋଜନା ଓ ଛାତ୍ରବୃତ୍ତି ପାଇଁ ଆୟ ସୀମା ମଧ୍ୟ ବୃଦ୍ଧି କରାଯାଇଛି। ପଞ୍ଜାବ କ୍ୟାବିନେଟ୍ କେନ୍ଦ୍ର ସରକାରୀ ସ୍କଲାରସିପ୍ ସ୍କିମ୍ ବଦଳରେ ଡକ୍ଟର ବିଆର ଆମ୍ବେଦକର ଏସସି ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଯୋଜନା ଅନୁସୂଚିତ ଜାତି ଛାତ୍ରମାନଙ୍କୁ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇବାରେ ସାହାଯ୍ୟ କରିବ । ଅନ୍ୟ ଏକ ନିଷ୍ପତ୍ତିରେ କ୍ୟାପଟେନ ଅମରିନ୍ଦର ସିଂ ଏକାଡେମିକ୍ ଅଧିବେଶନ୨୦୨୧-୨୨ ଛାତ୍ରବୃତ୍ତି ଯୋଜନା ପାଇଁ ଆୟ ସୀମାକୁ ୨.୫ ଲକ୍ଷରୁ ଚାରି ଲକ୍ଷକୁ ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ଅଧିକ ଛାତ୍ର ବର୍ତ୍ତମାନ ଛାତ୍ରବୃତ୍ତିର ଲାଭ ପାଇବେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories