www.samajalive.in
Sunday, December 7, 2025
23.1 C
Bhubaneswar

ଫ୍ରାଇଡେ ରିଲିଜ୍‌ରେ ବକ୍ସ ଅଫିସରେ ୩ଟି ଚଳଚ୍ଚିତ୍ର : ଚର୍ଚ୍ଚାରେ ‘ଦି ଲାୟନ କିଙ୍ଗ୍‍’ 

ମୁମ୍ବଇ : ବକ୍ସ ଅଫିସରେ ଶୁକ୍ରବାର(୧୯ ଜୁଲାଇ) ତିନିଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ପ୍ରଥମଟି ହେଉଛି ହଲିଉଡ଼ ଚଳଚ୍ଚିତ୍ର ‘ଦି ଲାୟନ କିଙ୍ଗ୍‍’, ଦ୍ୱିତୀୟଟି ‘ଫ୍ୟାମିଲି ଅଫ୍‍ ଠାକୁରଗଞ୍ଜ’ ଏବଂ ଅନ୍ୟଟି ‘ଝୁଠା କହିଁ କା’। ଏହି ତିନିଟି ମଧ୍ୟରେ ଡିଜନୀ ଷ୍ଟୁଡିଓର ‘ଦି ଲାୟନ କିଙ୍ଗ୍‍’କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଏହାର ବିଶେଷ କାରଣ ହେଉଛି ଏହି ଚଳଚ୍ଚିତ୍ରରେ ଶାହରୁଖ ଖାନ ଓ ତାଙ୍କ ପୁଅ ଆର୍ଯ୍ୟନ୍‍ ଖାନ କଣ୍ଠ ଦେଇଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ମୁଫାସା ଓ ସିମ୍ବା ପାଇଁ ଶାହରୁଖ ଓ ଆର୍ଯ୍ୟନ ନିଜ କଣ୍ଠଦାନ କରିଛନ୍ତି।

ଅନ୍ୟପକ୍ଷରେ ରହିଛି ‘ଫ୍ୟାମିଲି ଅଫ୍‍ ଠାକୁରଗଞ୍ଜ’। ଏଥିରେ ଜିମ୍ମି ଶେରଗିଲ, ମାହୀ ଗିଲ, ସୌରଭ ଶୁକ୍ଳା, ସୁଧୀର ପାଣ୍ଡେ, ସୁପ୍ରିୟା ପିଲଗାଓଁକର ପ୍ରମୁଖ ଅଭିନୟ କରିଛନ୍ତି।

- Advertisement -

ସେହିପରି ଜିମ୍ମି ଶେରଗିଲଙ୍କ ଅଭିନୀତ ଆଉ ଏକ ଚଳଚ୍ଚିତ୍ର ‘ଝୁଠା କହିଁ କା’ ମଧ୍ୟ ଆଜି ମୁକ୍ତିଲାଭ କରିଛି। ଜିମ୍ମିଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ଋଷି କପୁର, ମନୋଜ ଜୋଶୀ ଏବଂ ଓମ୍‍କାର କପୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories