www.samajalive.in
Wednesday, December 10, 2025
26.1 C
Bhubaneswar

ଆଉ ୩ କରୋନା ଆକ୍ରାନ୍ତ ସୁସ୍ଥ – ଜଣେ ଚିହ୍ନଟ

ଭୁବନେଶ୍ବର: କରୋନା ସ୍ଥିତିକୁ ନେଇ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତ ହୋଇଥିବାବେଳେ ଶନିବାର ବାଲେଶ୍ବର ଜିଲାର ଜଣେ ୫୮ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇବା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ବାଲେଶ୍ବର ସହରର ନୀଳିଆବାଗ ଅଞ୍ଚଳରୁ ଚିହ୍ନଟ ହୋଇଥିବା ରୋଗୀଙ୍କର ଗସ୍ତସୂଚୀ ସଂପର୍କରେ ତାଙ୍କ ପରିବାର ଓ ପଡ଼ୋଶୀଙ୍କ ସୂତ୍ରରୁ ତଥ୍ୟ ଜଣାପଡ଼ିଛି। ତେବେ ସେ ଟ୍ରେନ୍‌ ଚାଲୁଥିବାବେଳେ ରାଜ୍ୟ ବାହାରୁ ବାଲେଶ୍ୱରକୁ ଆସିଥିଲେ। ତେବେ ୧୦ ଦିନ ତଳେ ତାଙ୍କୁ ଥଣ୍ଡା ଓ ନିମୋନିଆ ହୋଇଥିଲା। ତାଙ୍କର ବି ହୃଦ୍‌ରୋଗ ରହିଛି। ଥଣ୍ଡା ହେବା ପରେ ସେ ପ୍ରଥ​‌େ​‌ମ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଜ୍ୟୋତି ହସ୍‌ପିଟାଲ, ଭୁବନେଶ୍ୱରର କିମ୍‌ସ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେଠାରେ ତାଙ୍କର କରୋନା ନେଗେଟିଭ୍‌ ରିପୋର୍ଟ ଆସିଥିଲା ବେଳେ ଶନିବାର ଏମ୍ସରେ ପରୀକ୍ଷା ପରେ ପଜିଟିଭ୍‌ ଆସିଥିଲା। ଏହି ଖବର ଜଣାପଡ଼ିବା ପରେ ବାଲେଶ୍ୱର ପ୍ରଶାସନ ପକ୍ଷରୁ ଶନିବାର ରାତିରେ ନୀଳିଆବାଗ୍‌କୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଫଳରେ ଏହି ଅଞ୍ଚଳକୁ ଘେରି କରି ରହିଥିବା ସହରର ୪ଟି ରାସ୍ତାକୁ ସିଲ୍‌ କରିଦିଆଯାଇଛି।

ଓଡ଼ିଶାରେ କରୋନା ମହାମାରୀର ଗତି ଟିକିଏ ଶୀଥିଳ ହେବା ଭଳି ଲାଗୁଛି। ବୁଧବାରଠାରୁ ଲଗାତାର ତିନିଦିନ ପର୍ୟ୍ୟନ୍ତ ଗୋଟିଏ ହେଲେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାବେଳେ ଶୁକ୍ରବାର ସୁଦ୍ଧା ୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଶନିବାର ଅପରାହ୍ନରେ ଆଉ ୩ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ୩ଜଣଙ୍କ ସମ୍ପର୍କରେ ଏପର୍ୟ୍ୟନ୍ତ ସରକାର ସ୍ପଷ୍ଟ କରି ନ ଥିବାବେଳେ ସଂଖ୍ୟା ୨୪ରେ ପହଞ୍ଚିଛି ଏବଂ ଇତିମଧ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ସୁଦ୍ଧା ରାଜ୍ୟରେ ୮୬୧୯ ନମୁନା ପରୀକ୍ଷା କରାଯାଇଥିବାବେଳେ ଓଡ଼ିଶାରେ କରୋନା ଆକ୍ରାନ୍ତ ହାର ୦.୪୨ ପ୍ରତିଶତ ରହିଛି। ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ଗତକାଲି ସୁସ୍ଥ ହୋଇ ଘରକୁ ଫେରିଥିବା ୨ଜଣ ଯାକ ଭୁବନେଶ୍ବର ଅନ୍ତର୍ଗତ। ତେବେ ଗୋଟିଏ ପଟେ ଚାରିଦିନ ମଧ୍ୟରେ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ୬ଜଣ ଆକ୍ରାନ୍ତ ଆରୋଗ୍ୟ ହେବା ଜନସାଧାରଣଙ୍କ ମଧ୍ୟରେ ଏକ ନୂତନ ଆଶା ସଞ୍ଚାର କରିଛି।

- Advertisement -

ଅନ୍ୟପକ୍ଷରେ ଦେଶର ଅନ୍ୟ ସବୁ କରୋନା ଆକ୍ରାନ୍ତ ରାଜ୍ୟ ଏବଂ ହଟ୍‌ସ୍ପଟ୍‌ ସହର ଠାରୁ ଭୁବନେଶ୍ବରରେ ନମୁନା ପରୀକ୍ଷା ହାର ଅଧିକ ରହିଛି ବୋଲି ସ୍ବାସ୍ଥ୍ୟବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ଦିଲ୍ଲୀରେ ପ୍ରତି ୧ ଲକ୍ଷରେ ୯୨ଟି ନମୁନା ପରୀକ୍ଷା କରାଯାଉଥିବାବେଳେ ମୁମ୍ବଇରେ ୧୮୦ ଟି ନମୁନା ପରୀକ୍ଷା ହେଉଛି; ହେଲେ ଓଡ଼ିଶାର ହଟସ୍ପଟ ସିଟି ଭୁବନେଶ୍ବରରେ ପ୍ରତି ୧ଲକ୍ଷରେ ୧୯୦ଟି ନମୁନା ପରୀକ୍ଷା କରାଯାଉଛି ବୋଲି ଶ୍ରୀ ଧଳ କହିଛନ୍ତି। ଏପ୍ରିଲ ୩ ଓ ୫ ତାରିଖ ସଂକ୍ରମଣ ଯୋଗୁଁ ଭୁବନେଶ୍ବର ହଟ୍‌ସ୍ପଟ୍‌ ତାଲିକାକୁ ଆସିଛି। ତେବେ ଏହାକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗୀମ ଦିନରେ ରାଜଧାନୀରେ ନମୁନା ପରୀକ୍ଷା ହାର ବୃଦ୍ଧି କରାଯିବାକୁ ରହିଛି। ଏବେ ୩ଦିନ ମଧ୍ୟରେ ୩୦୮୨ଟି ନମୁନା ପରୀକ୍ଷା କରାଯାଇଛି। ଆଗାମୀ ସପ୍ତାହରେ ୫୦୦୦ ନମୁନା ପରୀକ୍ଷା କରାଯିବ। ଆଜିଠୁ ରାପିଡ୍‌ ଟେଷ୍ଟ ଆରମ୍ଭ ହୋଇଛି। ପ୍ରଥମେ ଶିରାରୁ ନମୁନା ନିଆଯାଉଛି। ଯଦି ତାଙ୍କ ରକ୍ତ ନମୁନାରେ ସଂକ୍ରମିତ ଥିବାର ସନ୍ଦେହ ଆସୁଛି ତା’ ପରେ ତାଙ୍କ ସ୍ବାବ୍ ସଂଗ୍ରହ କରାଯାଉଛି। ଆଗାମୀ ଦିନରେ କରୋନା ମୁକାବିଲା କରିବା ଲାଗି ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଧଳ କହିଛନ୍ତି।

ରାଜ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ୩୩ ଦିନ ତଳେ ରାଜ୍ୟରେ ଗୋଟିଏ ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ୟ୍ୟକ୍ରମ ହାତକୁ ନିଆଯାଇଥିଲା। ଯାହାଫଳରେ ଏବେ ୨୭ଟି କୋଭିଡ-୧୯ ହସ୍ପିଟାଲ ନିର୍ମାଣ ହୋଇଥିବାବେଳେ ୧ଲକ୍ଷ ୭୦ହଜାର ଜଣ ସ୍ବାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ତାଲିମ ଦିଆଯାଇ ପ୍ରସ୍ତୁତ କରାଯାଇଛି। ସେହିପରି ଆରଏମଆରସିରେ ୧୨ଟି ନମୁନା ପରୀକ୍ଷାରୁ ଆସି ଏବେ ୧୦୦୦ରୁ ଅଧିକ ନମୁନା ପରୀକ୍ଷା ପର୍ୟ୍ୟନ୍ତ କ୍ଷମତା ବଢ଼ିଛି। ​‌େ​‌ଦ୍ବୖତନଗରୀରେ ଦିନକୁ ୯୦୦ ମେଟ୍ରିକ ଟନ୍‌ ବର୍ଜ୍ୟ ବାହାରୁଛି। ଏହାକୁ କଟକ ଓ ଭୁବନେଶ୍ବରରେ ଥିବା ୪୮୫୦ ସଫେଇ କର୍ମଚାରୀ ଠିକଣା ଭାବେ ସଂଗ୍ରହ କରୁଛନ୍ତି। ଯାହାଦ୍ବାରା ବର୍ଜ୍ୟର ସୁପରିଚାଳନା ହୋଇପାରୁଛି। ଏହି ଅବସରରେ କଟକ ମହାନଗର ନିଗମର କମିସନର ଅନନ୍ୟା ଦାସ ସଫେଇ କର୍ମଚାରୀଙ୍କ କାର୍ୟ୍ୟକୁ ନେଇ ଭୂୟଂସୀ ପ୍ରଶଂସା କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories