www.samajalive.in
Monday, December 8, 2025
14.1 C
Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଜ୍ଞାନ ବିଭାଗର ଖ୍ୟାତି ଆଣିବାରେ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଦ୍ୟାଳୟର ପୂର୍ବତନ କୁଳପତି, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ପୂର୍ବତନ ନିର୍ଦେଶକ ତଥା ବିଶିଷ୍ଟ ନୃତତ୍ତ୍ୱବିତ୍ ସ୍ୱର୍ଗତ ପ୍ରଫେସର୍‌ ଲକ୍ଷ୍ମଣ ମହାପାତ୍ରଙ୍କ ଦ୍ବିତୀୟ ସ୍ମାରକୀ ବକ୍ତୃତା ବାଣୀବିହାର ପିଜି କାଉନସିଲରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ଲକ୍ଷ୍ମଣ କୁମାର ମହାପାତ୍ର ମେମୋରିଆଲ୍ ଟ୍ରଷ୍ଟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ସ୍ନାତକତ୍ତୋର ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର (୧୯୨୯-୨୦୨୦) ଜଣେ ବିଶ୍ୱ ପ୍ରସିଦ୍ଧ ନୃତତ୍ତ୍ୱବିତ୍ ତଥା ଶିକ୍ଷାବିତ୍ ଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱ ବିଜ୍ଞାନ ବିଭାଗରର ଖ୍ୟାତି ଓ ପ୍ରସିଦ୍ଧି ଦିଗରେ ପ୍ରଫେସର ମହାପାତ୍ରଙ୍କ ଅବଦାନ ଅତୁଳନୀୟ। ତାଙ୍କ ଉଦ୍ୟମ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଭାରତର ଦୁଇଟି ପ୍ରମୁଖ ନୃତତ୍ତ୍ୱ ଉଚ୍ଚତର ଶିକ୍ଷା କେନ୍ଦ୍ର ମଧ୍ୟରୁ ଅନ୍ୟତମ ପ୍ରମୁଖ କେନ୍ଦ୍ର ଭାବରେ ପରିଗଣିତ ହୋଇପାରିଛି। ଦକ୍ଷିଣ ପୂର୍ବ ଏସିଆନ୍ ଷ୍ଟଡିଜ୍ ଏବଂ ସାମ୍ପ୍ରତିକ ବିକାଶମୂଳକ ନୃତତ୍ତ୍ୱ ବିଜ୍ଞାନ ଓ ଜନସଂଖ୍ୟାମୂଳକ ନୃତତ୍ତ୍ୱ ବିଜ୍ଞାନ କ୍ଷେତ୍ରରେ ଉଲ୍ଳେଖନୀୟ ଗବେଷଣା ପାଇଁ ସେ ଚିର ସ୍ମରଣୀୟ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି।


ଏହି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ନୃତତ୍ତ୍ବବିତ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋଚନା କରିବା ସହ ନୃତତ୍ତ୍ବ ବିଜ୍ଞାନକୁ ତାଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରଫେସର ଆଚାର୍ଯ୍ୟ ପ୍ରକାଶ କରିଥିଲେ। ପ୍ରଫେସର ମହାପାତ୍ରଙ୍କ ଉଦ୍ୟମରେ ଆନ୍ତଃବିଷୟକ ଅଧ୍ୟୟନ ଓ ଗବେଷଣା ପାଇଁ ‘ସାଉଥ ଇଷ୍ଟ ଏସିଆନ ଷ୍ଟଡ଼ିଜ ଆଣ୍ଡ ସେଣ୍ଟର’ ଏବଂ ‘ପପୁଲେସନ ରିସର୍ଚ୍ଚ ସେଣ୍ଟର’ ଆରମ୍ଭ ହୋଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟର ନୃତତ୍ତ୍ବ ବିଜ୍ଞାନ ବିଭାଗର ଯେଉଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି ଏବଂ ଅଗ୍ରଣୀ ଉତ୍କର୍ଷ କେନ୍ଦ୍ର ହୋଇପାରିଛି ସେଥିପାଇଁ ସମସ୍ତ ସଫଳତାର ଶ୍ରେୟ ପାଇବେ ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ର। ପିଢ଼ି ପରେ ପଢ଼ି ସଫଳ ନୃତତ୍ତ୍ବବିତ୍‌ ସୃଷ୍ଟି କରିବାରେ ତାଙ୍କ ଅବଦାନ ଉଲ୍ଲେଖନୀୟ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।

- Advertisement -


ପ୍ରଫେସର ଲକ୍ଷ୍ମଣ ମହାପାତ୍ରଙ୍କ ଦ୍ବିତୀୟ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ଶିଲଂ ସ୍ଥିତ ଉତ୍ତର ପୂର୍ବାଞ୍ଚଳ ପାର୍ବତ୍ୟ ବିଶ୍ୱବିଦ୍ୟାଳୟର(ନେହୁ)ର ପ୍ରଫେସର ଗୀତିକା ରଞ୍ଜନ। ‘ଐତିହାସିକ ତ୍ରୁଟି ଓ ପରିଣାମ: ଗୋଟିଏ ଜନଜାତିର କଥା’ ଶୀର୍ଷକ ବିଷୟବସ୍ତୁ ସ୍ମାରକୀ ବକ୍ତୃତା ପ୍ରଦାନ ଅବସରରେ ପ୍ରଫେସର ଗୀତିକା ରଞ୍ଜନ ଉତ୍ତର ପ୍ରଦେଶର ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ‘ଭୋକାସା’ଙ୍କ ଜୀବନଶୈଳୀ, ସଂସ୍କୃତି, ପରମ୍ପରା ଓ ଆର୍ଥିକ ଅବସ୍ଥିତି ଆଲୋକପାତ କରିଥିଲେ। ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଯୋଜନା ପ୍ରଣୟନ କରାଯାଉଥିବା ସତ୍ତ୍ବେ ‘ଭୋକାସା’ ଜନଜାତି କିଭଳି ଦୁର୍ବଳ ତଥା ଅସୁରକ୍ଷିତ ସେ ସମ୍ପର୍କରେ ଆଲୋଚନା କରିଥିଲେ। ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟକାରିତାରେ କେତେକ ଐତିହାସିକ ତ୍ରୁଟି ପରବର୍ତ୍ତୀ ଉନ୍ନତିମୂଳକ ଯୋଜନାକୁ ପ୍ରଭାବିତ କରିଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।


ଉତ୍କଳ ବିଶ୍ବବିଦ୍ୟାଳୟ ନୃତତ୍ତ୍ୱ ବିଜ୍ଞାନ ବିଭାଗ ମୁଖ୍ୟ ଡ. କାହ୍ନୁ ଚରଣ ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ବୌଦ୍ଧିକ ଉତ୍ତରାଧିକାର ସମ୍ବନ୍ଧରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ନିର୍ମଳଚନ୍ଦ୍ର ଦାଶ ବିଶେଷ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର କୃଷ୍ଣଚନ୍ଦ୍ର ତ୍ରିପାଠୀ, ଅତିରିକ୍ତ ପୁଲିସ ମହାନିର୍ଦେଶକ ସୁଧାଂଶୁ କୁମାର ଷଡ଼ଙ୍ଗୀ, ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ବସନ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶୀଲା ମହାପାତ୍ର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ସୁଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories