www.samajalive.in
Tuesday, December 9, 2025
26.1 C
Bhubaneswar

ଦେଶରେ ରହିଛି ୨୭୭ ଜାଲ୍‍ ଇଞ୍ଜିନିୟରିଂ କଲେଜ ଓ ୨୪ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : ଦେଶରେ ମୋଟ ୨୭୭ଟି ଜାଲ୍‍ ଇଞ୍ଜିନିୟରିଂ କଲେଜ ରହିଛି। ଏହି ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଅଲ୍‍ ଇଣ୍ଡିଆ କାଉନ୍‍ସିଲ ଅଫ ଟେକ୍‍ନିକାଲ ଏଡୁକେସନ୍‍(ଏଆଇସିଟିଇ)ର ବିନା ଅନୁମତିରେ କାର୍ଯ୍ୟକରୁଛନ୍ତି। ଦିଲ୍ଲୀରେ ସର୍ବାଧିକ ୬୬ଟି ଥିବାବେଳେ ତେଲେଙ୍ଗାନାରେ ୩୫ଟି କାର୍ଯ୍ୟକରୁଛି। ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମାନବସମ୍ବଳ ବିଭାଗ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂହ। ତୁରନ୍ତ ଏହି କଲେଜଗୁଡ଼ିକର କର୍ତ୍ତୃପକ୍ଷ ଏଆଇସିଟିଇ ପକ୍ଷରୁ ଆବଶ୍ୟକ ଅନୁମତି ପତ୍ର ହାସଲ ନକଲେ ସେଗୁଡ଼ିକୁ ବନ୍ଦ କରିଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିଭଳି ଦେଶରେ ୨୪ଟି ଜାଲ୍‍ ବିଶ୍ୱବିଦ୍ୟାଳୟ ରହିଥିବା ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ(ୟୁଜିସି)ଙ୍କ ସୂତ୍ରରୁ ସୂଚନା ମିଳିଥିବା ମନ୍ତ୍ରୀ କହିଛନ୍ତି। ଆୟୋଗ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଏହାଛଡ଼ା ଏଗୁଡ଼ିକ ଯେଉଁ ରାଜ୍ୟରେ ରହିଛି, ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ବେଆଇନ ଭାବେ ଚାଲିଥିବା ଏହି ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ କର୍ଣ୍ଣାଟକରେ ୨୩, ଉତ୍ତରପ୍ରଦେଶରେ ୨୨, ହରିୟାଣାରେ ୧୮, ମହାରାଷ୍ଟ୍ରରେ ୧୬, ତାମିଲନାଡ଼ୁରେ ୧୧, ପଶ୍ଚିମବଙ୍ଗରେ ୨୭, ହିମାଚଳ ପ୍ରଦେଶରେ ୧୮, ବିହାରରେ ୧୭, ଗୁଜରାଟରେ ୮, ଆନ୍ଧ୍ର ପ୍ରଦେଶରେ ୭, ଚଣ୍ଡିଗଡ଼ରେ ୭, ପଞ୍ଜାବରେ ୫, ଉତ୍ତରାଖଣ୍ଡରେ ୩ ଓ ରାଜସ୍ଥାନରେ ୩ଟି ରହିଛି। ତେବେ ଏହି ତାଲିକାରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନର ନାମ ନଥିବା ଜଣାପଡ଼ିଛି।

Hot this week

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

Related Articles

Popular Categories