www.samajalive.in
Thursday, December 11, 2025
13.1 C
Bhubaneswar

କଣ୍ଟାବାଞ୍ଜି : ୨୬ ଦାଦନ ଶ୍ରମିକ ଉଦ୍ଧାର, ୨ ସର୍ଦ୍ଦାର କୋର୍ଟ ଚାଲାଣ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୁଲିସ ୨୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି।  ତେଲଙ୍ଗାନାକୁ ଚାଲାଣ ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯିବା ବେଳେ ବାହେରେନ ସିଲେଟ ରାସ୍ତାରେ ଧରିଥିଲେ। ଦାଦନ ଶ୍ରମିକଙ୍କ ମଧ୍ୟରେ ୧୦ଜଣ ପୁରୁଷ, ୮ଜଣ ମହିଳା ଓ ୮ଜଣ ଶିଶୁ ଥିଲେ। ଲାଠୋରର ୨ ଜଣ ସର୍ଦ୍ଦାର ଋତୁ ପରା ଭୋଇ, ସୁଶାନ୍ତ ଖଡାଇଲାଠୋର ସମ୍ବଲପୁର ଜିଲ୍ଲାର ଗୁଡଭଗା ଲଢ଼ୁକାଇ ଅଂଚଳରୁ ପ୍ରଲୋଭନ ଦେଖାଇ ତେଲେଙ୍ଗାନା ଚାଲାଣ ପାଇଁ ଏହି ଶ୍ରମିକ ମାନଙ୍କୁ  କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଆଣୁଥିଲେ।
କଣ୍ଟାବାଞ୍ଜି ପୁଲିସ ଏକ ମାମଲା ରୁଜୁ କରି ଆନ୍ତରାଜ୍ୟ ଶ୍ରମିକ ଆଇନରେ ଉଭୟଙ୍କୁ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ବେଳେ, ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories