କୋଚୀ: ଜନୈକା ୨୫ବର୍ଷିୟା ମହିଳାଙ୍କୁ ୯ବର୍ଷର ଏକ ବାଳକକୁ ଏକାଧିକ ସମୟ ଧରି ଉତ୍ପୀଡ଼ନ ଅଭିଯୋଗରେ ପୁଲିସ ଗିରଫ କରିଛି। ସ୍କୁଲର ଖେଳ ଶିକ୍ଷକଙ୍କୁ ପ୍ରଥମେ ଏ ସମ୍ପର୍କରେ ଛାତ୍ରଜଣକ ଜଣାଇବା ପରେ ସ୍କୁଲ କର୍ତ୍ତୁପକ୍ଷ ଏ ସମ୍ପର୍କରେ ତାଙ୍କ ଅଭିଭାବକଙ୍କୁ ଜଣାଇ ଥିଲେ। ମଲୟତୁର ଅଞ୍ଚଳ ସନ୍ନିକଟ କାଡ଼ାପାରା ଅଞ୍ଚଳ ଥାନାରେ ଏ ନେଇ ବାଳକର ମା’ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଜାନୁୟାରୀ ୧୨ରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଉତ୍ପୀଡ଼ନ ଅଭିଯୋଗ ହୋଇଥିବା ମହିଳାଙ୍କ ସ୍ୱାମୀ ଏହି ମାମଲାକୁ କପୋଳକଳ୍ପିତ ଓ ସୁଚିନ୍ତିତ ଷଢଯନ୍ତ୍ର ବୋଲି ପୁଲିସ ଆଗରେ ପାଲଟା ଅଭିଯୋଗ କରିଥିଲେ। ବାଳକର ମା’ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅର୍ଥନୈତିକ ନେଣଦେଣ ପାଇଁ ଆକ୍ରୋଶମୂଳକ ଭାବେ ଏଭଳି ଅଭିଯୋଗ ହୋଇଛି ବୋଲି ଅଭିଯୁକ୍ତା ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି।
Popular Categories



