ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୨୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୧୫୧ ଜଣ ସୁସ୍ଥ ହୋଇଛନ୍ତି। ଗତ କିଛିଦିନ ହେଲା ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଉପରେ ରହୁଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୩୧ ଓ ସ୍ଥାନୀୟ ସଂକ୍ରମିତ ୯୭ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୨ ଜଣ ଥିବା ଜଣାଯାଇଛି। ଅନୁଗୁଳରୁ ୨, ବାଲେଶ୍ୱର ୧, ଭଦ୍ରକ ୨, ବଲାଙ୍ଗିର ୧, ବଉଦ ୨, କଟକ ୧୨, ଦେବଗଡ ୬, ଢେଙ୍କାନାଳ ୪, ଗଜପତି ୩, ଗଞ୍ଜାମ ୫, ଜଗତସିଂହପୁରରୁ ୧ ଓ ଯାଜପୁରରୁ ୨ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡା ୯, କେନ୍ଦ୍ରାପଡା ୨, ରାୟଗଡା ୧, ସମ୍ବଲପୁର ୬, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୨୬ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ୧୦୪୪୫୯୪ ଜଣ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୧୭୨୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।
Popular Categories



