୨୦୧୪ ନିର୍ବାଚନୀ ଶୋଭାଯାତ୍ରା ମାମଲା: ଅଦାଲତରେ କେଜରିୱାଲ ଦୋଷମୁକ୍ତ
ମୁମ୍ବଇ : ପୁଲିସ ଅନୁମତି ବିନା ନିର୍ବାଚନ ଶୋଭାଯାତ୍ରା ଆୟୋଜନ କରିବା ନେଇ ଏକ ମାମଲାରେ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଓ ଅନ୍ୟ ୭ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୪ ଲୋକସଭା ନିର୍ବାଚନ ଅବସରରେ ଆପ୍ ଆବାହକ କେଜରିୱାଲ, ସାମାଜିକ କର୍ମୀ ମେଧା ପାଟକର, ମୀରା ସାନ୍ୟଲ ପ୍ରମୁଖ ଉତ୍ତରପୂର୍ବ ମୁମ୍ବଇର ମନର୍ଖୁଦରେ ନିର୍ବାଚନ ଶୋଭାଯାତ୍ରା କରିଥିଲେ। ଶୋଭାଯାତ୍ରା ଆୟୋଜନ ନେଇ ପୁଲିସର ଅନୁମତି ନିଆଯାଇ ନଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ଦୌରାଜଜ୍ କୋର୍ଟ ଶୁକ୍ରବାର ସମସ୍ତଙ୍କୁ ଦୋଷମୁକ୍ତ କରିଥିଲେ।