୨୦ ଶିଶୁଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇଲା କଳିଙ୍ଗ ହସ୍ପିଟାଲ

ସମାଜ ଡିଜିଟାଲ ଡେସ୍କ: ୨୦ ଗରିବ ଶିଶୁଙ୍କୁ ମାଗଣାରେ ଚିକିତ୍ସା ସେବା ଯେଗାଇଛି କଳିଙ୍ଗ ହସ୍ପିଟାଲ ଲିମିଟେଡ(କେଏଚଏଲ)। ଆମେରିକାର ବେସରକାରୀ ସଂସ୍ଥା ଚିଲଡ୍ରେନ୍ସ କ୍ରସବର୍ଡର ପେଡିଆଟ୍ରିକ୍ସ ଫାଉଣ୍ଡେସନ(ସିସିପିଏଫ)ର ମିଳିତ ସହଭାଗିତାରେ କଳିଙ୍ଗ ହସ୍ପିଟାଲ ପକ୍ଷରୁ ୨୦ ଶିଶୁଙ୍କୁ ୟୁରୋଲୋଜି ଏବଂ ପ୍ଲାଷ୍ଟିକ ସର୍ଜରୀ ଚିକିତ୍ସା ପ୍ରଦାନ କରାଯାଇଛି। ସିସିପିଏଫର ଅଭିଜ୍ଞ ଡାକ୍ତରୀଦଳଙ୍କ ତତ୍ତ୍ଵାବଧାନରେ କଳିଙ୍ଗ ହସ୍ପିଟାଲର ଶିଶୁ ମୁତ୍ରରୋଗ ବିଶେଷଜ୍ଞ ଡା. ଅଭିଶେକ ଆନନ୍ଦ ଏବଂ ପ୍ଲାଷ୍ଟିକ ସର୍ଜିଅନ ଡା. ରିମ୍ପି ଜୈନ ପିଲାମାନଙ୍କର ଚିକିତ୍ସା କରିଥିଲେ।

କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡା. ସୀତକଣ୍ଠ ଦାଶ କହିଛନ୍ତି, ବର୍ତ୍ତମାନ ସମୟରେ ଅନେକ ଶିଶୁ ଅତି ଜଟିଳ ପରିସ୍ଥିତିରେ ଜନ୍ମଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। କଳିଙ୍ଗ ହସ୍ପିଟାଲ ଏବଂ ସିସିପିଏଫ ସେମାନଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ଦିଗରେ ପଦକ୍ଷେପ ନେବ।

ସିସିପିଏଫ ଏବଂ କଳିଙ୍ଗ ହସ୍ପିଟାଲର ମିଳିତ ଉଦ୍ୟମ ଅବହେଳିତ ବର୍ଗର ଶିଶୁମାନଙ୍କୁ କିପରି ଉତ୍ତମ ଚିକିତ୍ସା ପ୍ରଦାନ କରାଯିବ ତାହା ସୁନିଶ୍ଚିତ କରୁଛି ବୋଲି ହସ୍ପିଟାଲର ପରିଚାଳନା ନିର୍ଦେଶକ ନୀଳାଞ୍ଜନା ମୁଖାର୍ଜୀ କହିଛନ୍ତି।

Comments are closed.