ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ଶୋପିଆନରେ ମଙ୍ଗଳବାର ସୁରକ୍ଷକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି।
ସୂଚନା ଯୋଗ୍ୟ, ଶୋପିଆନର କୁଟପୋରା ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଖବର ପାଇ ସିଆରପିଏଫର ଏକ ଦଳ, ପୁଲିସ ଉକ୍ତ ଅଞ୍ଚଳରେ ତଲାସି ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ନିଜକୁ ଘେରାଉ ଅବସ୍ଥାରେ ଦେଖି ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ପାଲଟା ଗୁଳିଚାଳନାରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ପୁଲିସ ସୂଚନା ଅନୁଯାୟୀ ପ୍ରଥମେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦିଆଯାଇଥିଲା। ମାତ୍ର ସେମାନେ ଅରାଜି ହେବା ସହ ଗୁଳି ଚାଳନା କରିଥିଲେ।
ସୁରକ୍ଷାକର୍ମୀଙ୍କୁ ସଫଳତା ; ୨ ଆତଙ୍କବାଦୀ ନିହତ
Popular Categories



