www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରୀଲଙ୍କା ବିସ୍ଫୋରଣରେ ୨ ଜେଡିଏସ ନେତାଙ୍କ ମୃତ୍ୟୁ, ୫ ନିଖୋଜ

ବେଙ୍ଗାଲୁରୁ: ଶ୍ରୀଲଙ୍କାରେ ରବିବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨ ଜେଡିଏସ୍‌ ନେତାଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୫ ଜଣ ଜେଡିଏସ ନେତା ନିଖୋଜ ରହିଛନ୍ତି। କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ସୋମବାର ଏ ସମ୍ପର୍କରେ ଟ୍ବିଟ୍‌ କରି ଜଣାଇଛନ୍ତି।

କୁମାରସ୍ବାମୀ ଟ୍ବିଟ୍‌ରେ ଲେଖିଛନ୍ତି ଯେ, ‘କର୍ନାଟକରୁ ୭ ଜଣ ଜେଡିଏସ ନେତା କଲୋମ୍ବୋ ବୁଲିବାକୁ ଯାଇଥିଲେ। କିନ୍ତୁ ଆତଙ୍କବାଦୀ ଆକ୍ରମଣରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିବା ଖବର ମିଳିବା ପରେ ମୁଁ ଅତ୍ୟନ୍ତ ମର୍ମାହତ। ଅନ୍ୟ ୫ ନେତା ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଛନ୍ତି। ସେମାନଙ୍କ ପତ୍ତା ମିଳୁନାହିଁ। ଏ ସମ୍ପର୍କରେ ସେ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖିଛନ୍ତି।’

- Advertisement -

ସୂଚନାଯୋଗ୍ୟ, ଏହି ୭ ଜେଡିଏସ ନେତା ଗତ ୨୦ ତାରିଖରେ କଲୋମ୍ବୋ ବୁଲିବାକୁ ଯାଇଥିଲେ। ସେମାନେ କଲୋମ୍ବୋ ସ୍ଥିତ ଶାଙ୍ଗରି-ଲା ହୋଟେଲରେ ରହୁଥିଲେ। ରବିବାର ଆତଙ୍କବାଦୀଙ୍କ ଦ୍ବାରା ସିରିଜ ବିସ୍ଫୋରଣ କରାଯାଇଥିବାବେଳେ ଉକ୍ତ ହୋଟେଲରେ ମଧ୍ୟ ବିସ୍ଫୋରଣ ଘଟିଥିଲା। ଏହା ପରଠାରୁ ଉକ୍ତ ନେତାମାନଙ୍କ ସହିତ ପରିବାର ଲୋକମାନେ ଯୋଗାଯୋଗ କରିପାରୁ ନାହାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଘର ଚିକ୍କାବଲ୍ଲାରପୁର ଜିଲାରେ ବୋଲି ଜଣାପଡ଼ିଛି। ଚିକ୍କାବଲ୍ଲାରପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ବୀରାପ୍ପା ମୋଇଲିଙ୍କ ପାଇଁ ଏହି ଜେଡିଏସ ନେତାମାନେ ପ୍ରଚାର କାର୍ଯ୍ୟ ସାରିବା ପରେ ଛୁଟି କାଟିବାକୁ କଲୋମ୍ବୋ ଯାଇଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories