www.samajalive.in
Sunday, December 7, 2025
14.1 C
Bhubaneswar

ଦିଲ୍ଲୀ ହିଂସା: କନଷ୍ଟେବଳଙ୍କ ସମେତ ୨ ମୃତ, ୧୦ ଜିଲାରେ ୧୪୪ ଧାରା

ନୂଆଦିଲ୍ଲୀ: ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁରରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଏନଆରସିକୁ ନେଇ ସୋମବାର ବ୍ୟାପକ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଜଣେ କନଷ୍ଟେବଳଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୦ଟି ଜିଲାରେ ୧୪୪ ଧାରା ଲାଗୁ କରାଯାଇଛି।

Image Courtesy: Amar ujala

ସିଏଏ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ଏହି ହିଂସାରେ ଗୁଳିମାଡ଼ ଏବଂ ପଥରମାଡ଼ ଯୋଗୁ ଦୁଇ ଗୋଷ୍ଠୀର ବହୁ ଲୋକ ଆହତ ହୋଇଛନ୍ତି। ଏପରି କି ସ୍ଥିତି ନିୟନ୍ତ୍ରଣ କରିବା ସମୟରେ ଜଣେ ପୁଲିସ କର୍ମଚାରୀ ରତନ୍‌ ଲାଲଙ୍କ ମୃତ୍ୟୁ ଘଟିଛି। ସେହିପରି ଟେକା ପଥର ମାଡ଼ରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ହିଂସା ସୃଷ୍ଟିକାରୀମାନେ ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେବା ଫଳରେ ତାହା ସମ୍ପୂର୍ଣ୍ଣ ଜଳିଯାଇଛି। ୬ରୁ ୮ କିଲୋମିଟର ରାସ୍ତାରେ ଏହି ହିଂସାକାଣ୍ଡ ଘଟିଥିଲା। ସନ୍ଧ୍ୟାରେ ଦଙ୍ଗାକାରୀ ବିଭିନ୍ନ ଗଳିକନ୍ଦିରେ ପଶି ଆତଙ୍କରାଜ ସୃଷ୍ଟି କରିବା ସହିତ ଦୋକାନବଜାର ଭଙ୍ଗାରୁଜା କରିଛନ୍ତି।

- Advertisement -

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ହିଂସା ଉପରେ ବିବୃତି ଜାରି କରାଯାଇ କୁହାଯାଇଛି ଯେ, ଦିଲ୍ଲୀର କିଛି ଅଂଶରେ ହିଂସା ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁଚିନ୍ତିତ ଉପାୟରେ ହିଂସା ସୃଷ୍ଟି କରାଯାଇଥିବା ଆଶଙ୍କା କରାଯାଉଛି। ଦିଲ୍ଲୀ ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୂରା ଉଦ୍ୟମ କରିବା ସହିତ ଗୃହ ମନ୍ତ୍ରଣାଳୟ ସହିତ ସମ୍ପର୍କରେ ରହିଛି। ଦିଲ୍ଲୀ ପୁଲିସ କମିଶନର ପୁଲିସ କଂଟ୍ରୋଲ ରୁମ୍‌ରୁ ପରିସ୍ଥିତି ଉପରେ ନଜର ରଖିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories