ଡେସ୍କ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଜୋହାନ୍ସବର୍ଗରେ ଭାରତୀୟ ସମୟ ଅପରାହ୍ନ ୧.୩୦ରେ ଖେଳାଯିବ। ଟି୨୦ ଶୃଙ୍ଖଳା ବରାବରରେ ଶେଷ ହେବା ପରେ ଏବେ ଦୁଇ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ ରହିଛି।
ଆଇଡାନ ମାର୍କରାମଙ୍କ ନେତୃତ୍ବାଧିନ ଘରୋଇ ଦକ୍ଷିଣ ଆଫ୍ରିକା ଦଳରେ ମାର୍କରାମଙ୍କ ସହ ଡେଭିଡ଼ ମିଲର, ରିଜା ହେଣ୍ଡ୍ରିକ୍ସ, ହେନରିଚ କ୍ଲାସେନ, ରାଶି ଭାନ ଡାର ଡୁସେନ, ଟୋନି ଜି ଜୋର୍ଜି, କାଏଲ ଭେରେିନ୍, ଲିଜାର୍ଡ ୱିଲିୟମ୍ସ, ତାବରିଜ୍ ସାମ୍ସି,କେଶବ ମହାରାଜ, ଓଟିନେଲ ବାର୍ଟମାନ, ୱିୟାନ ମୁଲଡର ଓ ଆଣ୍ଡିଲେ ଫେଲୱାୟୋ ରହିଛନ୍ତି।
ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ଭାରତୀୟ ଦଳରେ ଋତୁରାଜ ଗାଏକ୍ବାର୍ଡ, ଶ୍ରେୟାସ ଆୟର, ରିଙ୍କୁ ସିଂହ, ତିଲକ ବର୍ମା ରହିଛନ୍ତି।



