www.samajalive.in
Monday, December 8, 2025
24.1 C
Bhubaneswar

ଲଣ୍ଡନ ରୟାଲ ସୋସାଇଟିର ସଦସ୍ୟ ହେଲେ ପ୍ରଥମ ଭାରତୀୟ ମହିଳା ବୈଜ୍ଞାନିକ

ଫରିଦାବାଦ: ବିଶ୍ଵର ସର୍ବପୁରାତନ ବୈଜ୍ଞାନିକ ସୋସାଇଟି ତଥା ଲଣ୍ଡନର ରୟାଲ ସୋସାଇଟିରେ ସଦସ୍ୟତା ଲାଭ କରିବାରେ ଗୌରବ ଅର୍ଜନ କରିଛନ୍ତି ଜଣେ ଭାରତୀୟ ମହିଳା ବୈଜ୍ଞାନିକ ପ୍ରଫେସର ଗଗନଦୀପ କାଙ୍ଗ।  ଭାରତୀୟ ମହିଳା ଭାବେ ରୟାଲ ସୋସାଇଟିରେ ସଦସ୍ୟ ହେବାରେ ଗଗନଦୀପ ହେଉଛନ୍ତି ପ୍ରଥମ। ପୂର୍ବରୁ କୌଣସି ଭାରତୀୟ ମହିଳା ବୈଜ୍ଞାନିକ ଏହି ସୋସାଇଟିରେ ସଦସ୍ୟତା ହାସଲ କରି ନ ଥିଲେ। ଭାରତରେ ଭ୍ୟାକ୍‌ସିନ(ଟିକା)ର ବିକଶିତ କରିବା ଏବଂ କ୍ଲିନିକାଲ ଟ୍ରାନ୍ସଲେଶନାଲ ଔଷଧ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଉଥିବାରୁ ତାଙ୍କୁ ଏହି ସଦସ୍ୟତା ମିଳିଛି।

ଗଗନଦୀପ ବର୍ତ୍ତମାନ ଫରିଦାବାଦସ୍ଥିତ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ସଂସ୍ଥାନର କାର୍ଯ୍ୟକାରୀ ନିର୍ଦେଶକ ଅଛନ୍ତି। ପିଲାମାନଙ୍କଠାରେ ହେଉଥିବା ଅନ୍ତଃନଳୀ ସଂକ୍ରମଣ ଏବଂ ଏହା କାରଣରୁ ସୃଷ୍ଟି ହେଉଥିବା ରୋଗର ବିପଦରୁ ସେମାନଙ୍କୁ ରକ୍ଷା କରିବା ଲାଗି ଗଗନଦୀପଙ୍କ ଗବେଷଣାକୁ ରୟାଲ ସୋସାଇଟି ପ୍ରଶଂସା କରିଛି। ୨୦୧୯ ପାଇଁ ଚୟନ କରାଯାଇଥିବା ସୋସାଇଟିର ସଦସ୍ୟତା ତାଲିକାରେ ଗଗନଦୀପଙ୍କ ପ୍ରୋଫାଇଲ ସାମିଲ ହୋଇଛି, ଯାହା ସୋସାଇଟିର ୱେବସାଇଟ୍‌ରେ ପ୍ରଦର୍ଶିତ ହେଉଛି। ରୋଟା ଭାଇରସ, ଟାଇଫଏଡ ଭଳି ରୋଗର ନିରାକରଣ ପାଇଁ ଜାତୀୟ ସ୍ତରରେ ମନିଟରିଂ ମେକାନିଜମ ତିଆରି କରିବାରେ ସେ ସହାୟତା କରିଛନ୍ତି। ଏଥିସହ ବିଭିନ୍ନ ରୋଗର ନିରାକରଣ ଲାଗି ଭ୍ୟାକସିନ କିପରି ତିଆରି କରାଯାଇପାରିବ ସେଥିପାଇଁ ଗଗନଦୀପ ଅନେପ ପରୀକ୍ଷାଗାର ପ୍ରତିଷ୍ଠା କରିଛନ୍ତି। ଏହାବ୍ୟତୀତ ସେ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବା ଦିଗରେ ମଧ୍ୟ ଗବେଷଣା ଚଳାଇଛନ୍ତି।

- Advertisement -

ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରୟାଲ ସୋସାଇଟି ଚଳିତବର୍ଷ ବିଶ୍ଵର ୫୧ ଜଣ ବୈଜ୍ଞାନିକଙ୍କୁ ଏହାର ସଦସ୍ୟତା ପାଇଁ ଚୟନ କରିଛି। ସେମାନଙ୍କ ମଧ୍ୟରେ ଗଗନଦୀପ ହେଉଛନ୍ତି ଏକମାତ୍ର ଭାରତୀୟ ମହିଳା ବୈଜ୍ଞାନିକ। ଏହାସହିତ ବିଦେଶରେ ରହୁଥିବା ଅନ୍ୟ ୩ ଜଣ ମୂଳ ଭାରତୀୟ ମଧ୍ୟ ଏହି ସଫଳତା ହାସଲ କରିଛନ୍ତି। ସେମାନେ ହେଉଛନ୍ତି ଆମେରିକୀୟ-କାନାଡା ଗଣିତଜ୍ଞ ମଞ୍ଜୁଲ ଭାର୍ଗବ, ଅଷ୍ଟ୍ରେଲୀୟ ଗଣିତଜ୍ଞ ଅକ୍ଷୟ ଭେଙ୍କଟେଶ ଏବଂ ବ୍ରିଟିଶ ଅଣୁଜୀବ ବୈଜ୍ଞାନିକ ଗୁରଦ୍ୟାଲ ବେସ୍‌ରା। ଗଗନଦୀପଙ୍କ ପୂର୍ବରୁ ବିଦେଶରେ ରହୁଥିବା ୨ଜଣ ମୂଳ ଭାରତୀୟ ମହିଳା ବୈଜ୍ଞାନିକ ତଥା ବ୍ରିଟିଶ ମାଇକ୍ରୋସ୍କୋପିଷ୍ଟ ପ୍ରତିଭା ଗାଏ ଏବଂ ଆମେରିକୀୟ ଅଣୁଜୀବ ବୈଜ୍ଞାନିକ ଲଳିତା ରାମକ୍ରିଷ୍ଣନ ଏହି ସଫଳତା ପାଇଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories