www.samajalive.in
Saturday, December 13, 2025
21.1 C
Bhubaneswar

ଲାଲ ବଳୟରେ ୧୯ ଜିଲା

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀର ଢ଼େଉ ଉପର ତଳ ହେଉଛି। କେତେବେଳେ ଆଖି ଖୋସି ଦେବାଭଳି ରେକର୍ଡ ସଂଖ୍ୟକ ଆକ୍ରାନ୍ତ ବାହାରୁଛନ୍ତି ତ, ଆଉ କେତେବେଳେ ମୃତ୍ୟୁ ସଂଖ୍ୟା ବଢ଼ିଯାଉଛି। ଏପ୍ରିଲରେ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୦ ଜଣଙ୍କ ମୃତ୍ୟୁ ହୋଇଛି। ମହାମାରୀର ଦ୍ୱିତୀୟ ଲହର ଏତେ କ୍ଷୀପ୍ର ଓ ଶକ୍ତିଶାଳୀ ଯେ ଲୋକେ କିଛି ଚିନ୍ତା କରିବା ପୂର୍ବରୁ ଜଟିଳ ସମସ୍ୟାରେ ପଡୁଛନ୍ତି। କରୋନାର ଏହି ଅମାନିଆ ଗତିପଥକୁ ରୋକିବା ପାଇଁ ରବିବାର ସରକାରଙ୍କ ପକ୍ଷରୁ ୧୪ଦିନିଆ ତାଲାବନ୍ଦ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ୱାରା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ଲକ୍ଷ୍ୟ ରହିଛି।
ଏହି ପରିପ୍ରେକ୍ଷୀରେ ରବିବାର ୮ହଜାର ୧୫ ଜଣ ନୂତନ ଆକ୍ରାନ୍ତ ରାଜ୍ୟରୁ ଚିହ୍ନଟ ହେବା ପରେ ରାଜ୍ୟର ସଂଖ୍ୟା ୪ଲକ୍ଷ ୬୨ହଜାର ୬୨୨କୁ ଛୁଇଁଛି। ଆଜି ସଙ୍ଗରୋଧରୁ ୪୫୬୮ ଏବଂ ସ୍ଥାନୀୟ ସମ୍ପର୍କରୁ ୩୪୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲାରୁ ୧୨୭୫ ବାହାରିବା ପରେ ଜିଲାରେ ସକ୍ରିୟଙ୍କ
ସଂଖ୍ୟା ୧୨ହଜାର ୨୪୦କୁ ଛୁଇଁଛି। ସେହିପରି ସୁନ୍ଦରଗଡ଼ରୁ ୭୩୫, ଅନୁଗୋଳରୁ ୫୨୫, କଟକରୁ ୪୮୨, ସମ୍ବଲପୁରରୁ ୪୪୧, ବରଗଡ଼ରୁ ୩୯୦, ଝାରସୁଗୁଡାରୁ ୩୮୬, ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡାରୁ ୨୬୪, ମୟୂରଭଞ୍ଜରୁ ୧୯୯, ବଲାଙ୍ଗୀରରୁ ୧୯୮,ଯାଜପୁରରୁ ୧୯୪, ନୟାଗଡରୁ ୧୮୭, କଳାହାଣ୍ଡିରୁ ୧୭୪,ଗଞ୍ଜାମରୁ ୧୬୯, ରାୟଗଡାରୁ ୧୫୪, ଜଗତସିଂହପୁରରୁ ୧୪୯, ଭଦ୍ରକରୁ ୧୪୫, କୋରାପୁଟରୁ ୧୨୭, ଗଜପତିରୁ ୧୨୦, ବୌଦ୍ଧରୁ ୧୦୩, ଦେବଗଡ଼ରୁ ୧୦୧, ବାଲେଶ୍ୱରରୁ ୧୦୦ ଆକ୍ରାନ୍ତ ବାହାରିଥିବାବେଳେ ଅନ୍ୟାନ୍ୟ ଜିଲାରେ ୧୦୦ ଭିତରେ ରହିଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ୧କୋଟି ୧ଲକ୍ଷ ୮୦ହଜାର ୬୭୮ ନମୁନା ପରୀକ୍ଷା କରାଯାଇଥିବାବେଳେ ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ହଜାର ୪୫୩ ରହିଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜଣାଯାଇଛି। ଆଜିର ନୂତନ ଆକ୍ରାନ୍ତଙ୍କୁ ନେଇ ରାଜ୍ୟର ୧୯ ଜିଲା କରୋନାର ଲାଲ ବଳୟ ଭିତରକୁ ପ୍ରବେଶ କରିଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories