www.samajalive.in
Friday, December 5, 2025
20.1 C
Bhubaneswar

ଚିନ୍ତାକଳ୍ପ: ଚେତନାର ଅଭ୍ୟୁଦୟ

ପ୍ରତ୍ୟେକଙ୍କ ଅନ୍ତରରେ ବିରାଜମାନ ଆତ୍ମା ଅବିନାଶୀ- ସତ୍‌, ଚିତ୍‌, ଆନନ୍ଦର ପ୍ରତୀକ। ସ୍ବାମୀ ଚିଦାନନ୍ଦଙ୍କ ଭାଷାରେ ଏହି ଭାବ ହିଁ ଆତ୍ମଚେତନା ଜାଗ୍ରତ କରାଏ। ପ୍ରେରଣାଦାୟୀ ଓ ସାତ୍ତ୍ବିକ ବିଚାରବୋଧ ସୁପ୍ତ ଆତ୍ମତତ୍ତ୍ବର ସ୍ବାଭାବିକ ଅଂଶ ଅଟେ, ଯାହା ନିତ୍ୟ ସ୍ବଭାବକୁ ପ୍ରକଟ କରେ। ସୁପ୍ତ ଆତ୍ମତତ୍ତ୍ବରେ ଯଦି ଏହି ସୁବିଚାରର ଧାରାପ୍ରବାହ ଅବିରତ ହୁଏ, ତେବେ ଅଶୁଦ୍ଧ ବିଚାରବୋଧର ସ୍ଥୂଳ ଆବରଣ ଧୀରେଧୀରେ ଅପସରି ଯାଏ। ସାତ୍ତ୍ବିକ ତଥା ଆଧ୍ୟାତ୍ମିକ ବିଚାରବୋଧ ଚେତନାର କେନ୍ଦ୍ରସ୍ଥଳରେ ପ୍ରବେଶ କରେ। ଏହି ଦିବ୍ୟ ଚେତନା ପ୍ରବେଶ କଲେ ନିଜଠାରେ ଏକ ବିଶେଷ ପରିବର୍ତ୍ତନ ଅନୁଭୂତ ହୁଏ। ଦିବ୍ୟ ଚେତନାର ଅଭ୍ୟୁଦୟ ସମ୍ପର୍କିତ ନିମ୍ନୋକ୍ତ ପ୍ରସଙ୍ଗ।

ପାହାଡ଼ର ସମତଳ ଅଞ୍ଚଳରେ କିଛି ମେଣ୍ଢା ଚରୁଥିଲେ, ଏହି ସମୟରେ ଏକ ସିଂହୀ ଖାଦ୍ୟ ଅନ୍ବେଷଣରେ ବୁଲୁବୁଲୁ ମେଣ୍ଢାପଲ ନିକଟରେ ପହଞ୍ଚି ଯାଇଥିଲା। ଗୋଟିଏ ମେଣ୍ଢା ଉପରକୁ ଲମ୍ଫ ପ୍ରଦାନ କଲା, ହେଲେ ଲକ୍ଷ୍ୟଭ୍ରଷ୍ଟ ହୋଇ ବିରାଟ ପଥରଖଣ୍ଡ ଦେହରେ ପିଟି ହୋଇଯାଇଥିଲା। ଆସନ୍ନ ପ୍ରସବା ସିଂହୀ ଆଘାତଜନିତ ଯନ୍ତ୍ରଣାରେ କିଛିକ୍ଷଣ ଛଟପଟ ହେବା ଭିତରେ ଏକ ଶାବକ ପ୍ରସବ କରି ସେହିଠାରେ ପ୍ରାଣତ୍ୟାଗ କରିଥିଲା। ମେଣ୍ଢା ଜଗୁଆଳ ସିଂହଛୁଆକୁ ଆଣି ମେଣ୍ଢାମାନଙ୍କ ସହ ପାଳିବାକୁ ଲାଗିଲା। ଧୀରେଧୀରେ ସିଂହଛୁଆଟି ବଡ଼ ହେଲା। ମେଣ୍ଢାପଲ ଭିତରେ ରହି ସେମାନଙ୍କ ସାଙ୍ଗରେ ବୁଲାବୁଲି କରେ, ସାମାନ୍ୟ କିଛି ଶବ୍ଦ ହେଲେ ଅନ୍ୟ ମେଣ୍ଢାମାନଙ୍କ ସଦୃଶ ଡରିଯାଏ। ସିଂହର ଚୈତନ୍ୟ ଶକ୍ତି ଲୋପ ପାଇଯାଇ ମେଣ୍ଢାମାନଙ୍କ ଚୈତନ୍ୟଶକ୍ତି ସହିତ ସମାନ ଥିଲା ଯେଉଁମାନଙ୍କ ଗହଣରେ ଜନ୍ମରୁ ବଢ଼ି ଆସିଥିଲା। ଦିନେ ଆଉ ଏକ ସିଂହକୁ ଦେଖି ମେଣ୍ଢାପଲ ଆସନ୍ନ ବିପଦ ଆଶଙ୍କାରେ ରଡ଼ି କରି ଦୌଡ଼ିବାକୁ ଲାଗିଲେ। ସେମାନଙ୍କ ପଛେପଛେ ସିଂହଛୁଆଟି ମଧ୍ୟ ଦୌଡ଼ୁଥାଏ ପ୍ରାଣବିକଳରେ। ଆକ୍ରମଣକାରୀ ସିଂହ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଏହା ଦେଖି। ମନେମନେ ଭାବିଲା ମୋତେ ଦେଖି କ’ଣ ପାଇଁ ଭୟରେ ଦୌଡ଼ୁଛି? ଇଏ ତ ମୋର ସମଧର୍ମୀ। ଦୌଡ଼ୁଥିବା ସିଂହଛୁଆ ନିକଟକୁ ଯାଇ ତା’ର ପଥରୋଧ କରି ପଚାରିଥିଲା ତୋର ଏଭଳି ଭୟାତୁର ଅବସ୍ଥା କେଉଁଥିପାଇଁ? ତୁ ତ ମୋରି ଜାତୀୟ। ସିଂହଛୁଆଟି କିନ୍ତୁ ସଂସର୍ଗବଶତଃ କହିଥିଲା- ମୁଁ ତ ମେଣ୍ଢା। ଚେତନାଶକ୍ତିର ଅଭ୍ୟୁଦୟ ହୋଇନଥିବା କାରଣରୁ ସେ ନିଜକୁ ମେଣ୍ଢା ମଣୁଥିଲା ଯଦିଓ ପ୍ରକୃତରେ ଥିଲା ସିଂହ। ଆକ୍ରମଣକାରୀ ସିଂହଟି ତାକୁ ସ୍ଥିର ପାଣି ନିକଟକୁ ନେଇ କହିଥିଲା- ଏବେ ଦେଖ ତୋର ଅସଲ ଚେହେରା। ସିଂହଛୁଆଟି ପାଣିକୁ ଅନାଇ ଦେଖିଲା ସେ ଏକ ବଳବାନ ସିଂହ। ତା’ର ଚେହେରା ସହ ପାଖରେ ଠିଆ ହୋଇଥିବା ସିଂହର ସାଦୃଶ୍ୟ ରହିଛି। ଗର୍ଜନ କରି କହିଲା- ଏବେ ଏହି ଭଳି ଗର୍ଜନ କର ତ! ମେଣ୍ଢା ପଲରେ ଥିବା ସିଂହଛୁଆ କଥାମାନି ଗର୍ଜନ କରିଥିଲା। ଏବେ ଅନୁଭବ କଲା ଯେ ସେ ମେଣ୍ଢା ନୁହେଁ ସିଂହ। ଚେତନା ଶକ୍ତି ଫେରିପାଇବାର ଦର୍ପରେ ଜଙ୍ଗଲ ଦିଗରେ ଆଗେଇଥିଲା ନୂଆ ପରିଚୟକୁ ନେଇ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories