www.samajalive.in
Thursday, December 11, 2025
15.1 C
Bhubaneswar

୧୮ ପରେ ବଢ଼ିବ ବର୍ଷା

ଭୁବନେଶ୍ୱର : ଓଡ଼ିଶା ଉପରେ ଏକ ଟ୍ରଫ୍‌ ଲାଇନ୍ ସୃଷ୍ଟି ହୋଇଛି। ତାହାର ପ୍ରଭାବରେ ୪/୫ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ହେବ। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ୧୮ ତାରିଖ ପରଠୁ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ହେବା କାରଣରୁ ବର୍ଷାରେ ପରିବର୍ତ୍ତନ ଆସିଛି। ଦିନବେଳା ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ସହ ମୁଣ୍ଡଫଟା ଖରା ହେବା କଥା । ତେବେ ଚଳିତ ବର୍ଷ ୩୧.୫ ପ୍ରତିଶତ ବର୍ଷା ହ୍ରାସ ପାଇଛି ।
ଜୁନ୍‌ରେ ଓଡ଼ିଶାରେ ହାରାହାରି ୯.୯ ଦିନ ବର୍ଷା ହେବା କଥା। ଏଥର ଏହାର ବ୍ୟତିକ୍ରମ ଦେଖାଦେଇଛି । ଚଳିତ ବର୍ଷ ଜୁନ୍‌ ମାସରେ ୭.୪ ଦିନ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାଜ୍ୟର ୩୦ଟି ଜିଲା ମଧ୍ୟରୁ ଉପରୋକ୍ତ ମାସରେ ଯାଜପୁରରେ ସର୍ବାଧିକ ୨୫୩.୭ ମିମି ବର୍ଷା ହୋଇଥିବାବେଳେ ଗଜପତିରେ ସର୍ବନିମ୍ନ ୫୯.୮ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ଯାଜପୁର, କୋରାପୁଟ, ଢେଙ୍କାନାଳ ଓ ନବରଙ୍ଗପୁର, ଏହି ୪ଟି ଜିଲାରେ ସାଧାରଣ ବର୍ଷା ହୋଇଛି। ୧୮ଟି ଜିଲାରେ ବର୍ଷା ହ୍ରାସ ପାଇ ୧୯ ରୁ ୩୯ ପ୍ରତିଶତ ମଧ୍ୟରେ ରହିଛି । ବଲାଙ୍ଗୀର, କେନ୍ଦୁଝର, ନୂଆପଡ଼ା, ନୟାଗଡ଼, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲାରେ ୩୯ରୁ ୫୯ ପ୍ରତିଶତ ବର୍ଷା ହ୍ରାସ ପାଇଛି। ଗଜପତି ଓ ରାୟଗଡ଼ାରେ ସର୍ବନିମ୍ନ ବର୍ଷା ହୋଇଛି । ବ୍ଲକ ଦୃଷ୍ଟିରୁ ଦେଖିଲେ, ରାଜ୍ୟରେ ୧୯ଟି ବ୍ଲକରେ ଅଧିକ ବର୍ଷା ହୋଇଥିବାବେଳେ ୭୩ଟି ବ୍ଲକରେ ସାଧାରଣ, ୯୦ଟି ବ୍ଲକରେ ସାମାନ୍ୟ, ୮୫ଟି ବ୍ଲକରେ ସର୍ବନିମ୍ନ ଓ ୪୭ଟି ବ୍ଲକରେ ନାମକୁ ମାତ୍ର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories