www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି… ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ… ଶିକ୍ଷାନୁଷ୍ଠାନରେ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ସହ ପିଲା ପାଳିବେ ଉତ୍ସବ… ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ… ଗତକାଲି ପିଲାମାନେ ସ୍ବାଧୀନତା ଦିବସ ଉତ୍ସବରେ ସାମିଲ ନହେବାକୁ ଦିଆଯାଇଥିଲା ନିର୍ଦେଶ..

(୨) ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର… ଅଷ୍ଟମ ଥର ଲାଗି ପିନ୍ଧିବେ ବିହାର ମୁଖ୍ୟମନ୍ତ୍ରୀର ମୁକୁଟ… ଅପରାହ୍ଣ ୨ଟାରେ ମହାମେଣ୍ଟ ସରକାରର ଶପଥଗ୍ରହଣ ଉତ୍ସବ… ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଜସ୍ୱୀ… ୭ଟି ଦଳର ସହଯୋଗରେ ହେବ ବିହାର ସରକାର…

- Advertisement -

(୩) ରାଜ୍ୟରେ ସଂକ୍ରମଣ ତୁଳନାରେ ବଢ଼ୁଛି ସୁସ୍ଥତା ସଂଖ୍ୟା… ଗୋଟିଏ ଦିନରେ ଚିହ୍ନଟ ହେଲେ ଆଉ ୬୫୩ପଜିଟିଭ୍‌… ୨୪ ଘଣ୍ଟାରେ ସୁସ୍ଥ ହେଲେ ୯୮୮ଆକ୍ରାନ୍ତ… ବର୍ତ୍ତମାନ ରାଜ୍ୟରେ ରହିଛି ମୋଟ୍‌ ୫,୨୧୩ ସକ୍ରିୟ ମାମଲା… ସେପଟେ ଦେଶରେ ଚିହ୍ନଟ ହେଲେ ୧୬,୦୪୭ ମାମଲା, ୫୪ଜଣଙ୍କ ଜୀବନ ନେଲା କରୋନା…

(୪) ସୋର ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଓଲଟିଲା ତୀର୍ଥଯାତ୍ରୀ ବସ୍… ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ… ୭ ଗୁରୁତର, ୩୦ରୁ ଊର୍ଦ୍ଧ୍ଵ ଆହତ… ସମସ୍ତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି …. ଚବିଶ ପ୍ରଗଣାରୁ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯିବା ବେଳେ ଖସିପଡ଼ିଲା ବସ୍‌…

(୫) ଛତିଶଗଡ଼ ମୁହାଁ ହେଉଛି ସକ୍ରିୟ ଅବପାତ.. ଆଜି ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ହେବ ପରିଣତ.. ପ୍ରଭାବରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ୯ଜିଲ୍ଲାକୁ ଅରେଞ୍ଜ…୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

(୬) ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ରଞ୍ଜିତ ପଟ୍ଟନାୟକ… ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ଡାକ୍ତରଖାନାରେ ପରଲୋକ… ଅନେକ ସଫଳ ମଞ୍ଚ ନାଟକ, ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ଲେଖିଥିଲେ କାହାଣୀ… ସଂଳାପ ପାଇଁ ସାଉଁଠିଥିଲେ ଅନେକ ପୁରସ୍କାର ଓ ପ୍ରଶଂସା…

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories