ନବରଙ୍ଗପୁର: ଏକ ଜମିଜମାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ହତ୍ୟା ଉଦ୍ୟମ କରିବା ସହିତ ଜଣଙ୍କର ଉପରେ ଟ୍ରାକ୍ଟର ମଡାଇ ଦେଇଥିବାବେଳେ ଅନ୍ୟଜଣଙ୍କୁ ଛୁରାମାଡ କରାଯାଇଛି। ଗୁରୁତର ଦୁଇ ଭାଇଙ୍କୁ ସନ୍ଧ୍ୟା ୫ଟାରେ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନାରେ ଆଣି ଭର୍ତ୍ତୀ କରାଯାଇ ଚିକିିତ୍ସା କରାଯାଇଛି। ତେବେ ପରିସ୍ଥିତି ଗୁରୁତର ରହିଥିବାରୁ ତାଙ୍କୁ ଆମ୍ବୁଲାନ୍ସରେ ରାତ୍ର ୮ଟାରେ କୋରାପୁଟ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି। ନବରଙ୍ଗପୁରବ୍ଲକ ତଥା କୋଡିଙ୍ଗାଥାନା ଅନ୍ତର୍ଗତ ବାରମାସି ଗାଁରେ ଜମିଜମାକୁ ନେଇ ବହୁ ଦିନରୁ ବିବାଦ ଲାଗି ରହିଥିଲା।
ଦୁଇ ଭାଇ ପଦଲାମ ପୂଜାରୀ ଓ ଡମ୍ବରୁଧର ପୂଜାରୀ ସମେତ ମାଳତିପୂଜାରୀ, କନକ ପୂଜାରୀ ଓ ପିତାମ୍ବର ପୂଜାରୀ ପ୍ରମୂଖ ତାଙ୍କର ପରିବା ବାଡରେ ବିନ୍ସ୍ ତୋଳୁଥିବାବେଳେ ହଠାତ ଏକ ଟ୍ରାକ୍ଟରରେ ଗ୍ରାମର ଅନନ୍ତପୂଜାରୀ, ଶିବ ପୂଜାରୀ, ଚନ୍ଦନ ପୂଜାରୀ, ଶଙ୍କର ପୂଜାରୀ ଓ ଡାଳିମ୍ବ ପୂଜାରୀ ଆସି ବିନ୍ସ୍ ପରିବା ବାଡ ଭିତରକୁ ପଶିଯାଇ ବିନ୍ସ୍ ତୋଳୁଥିବା ପଦଲାମଙ୍କର ଉପରକୁ ଟ୍ରାକ୍ଟର ମଡାଇ ହତ୍ୟାକରିବାକୁ ଉଦ୍ୟମ କରିଥିଲୋ ଡ୍ରାକ୍ଟର ଆଗଚକାରେ ପଡ଼ି ପଦଲାମଙ୍କର ଦୁଇଟି ଗୋଡ ଭାଙ୍ଗିଯାଇଥିବା କୁହାଯାଉଛି। ଏହାପରେ ଡମ୍ବରୁଧରକୁ ଆକ୍ରମଣ କରି ତାଙ୍କର ବାମ ପଟ ଛାତିରେ ଛୁରିରେ ଭୁଷି ଦେଇଛନ୍ତି। ଏହାପରେ ସେଠାରେ ଥିବା ପଦଲାମର ଙ୍କର ପତ୍ନୀ ମାଳତି ଓ ଡମ୍ବରୁଙ୍କର ପତ୍ନୀ କନକଙ୍କୁ ମଧ୍ୟ ବାନ୍ଧିଦେଇ ତାଙ୍କର ପୁଅ ପିତାମ୍ବରଙ୍କୁ ନିସ୍ତୁକ ମାଡ ମାରିଥିଲେ। ଆକ୍ରମର କାରୀ ଏହି ୫ଜଣ ଟାଙ୍ଗିଆ ଓ ଛୁରୀ ଧରିକି ଆସିଥିବାବେଳେ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ କରିଥିଲେ। ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମାଳତି ଓ କନକ ଅଭିଯୋଗ କରିଛନ୍ତି। ଦୁଇଜଣ ଅଚେତ ହୋଇ ଛଟପଟହେବାପରେ ସେମାନେ ଚାଲିଯାଇଥିଲେ। ଏହାପରେ ଗୁରୁତର ଆହତକୁ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି। ଏକାଧିକ ଡାକ୍ତର ଓ ନର୍ସମାନେ ଜରୁରୀ ଭାବେ ପିତାମ୍ବର ଓ ଡମ୍ବରୁ ଙ୍କୁ ଡ୍ରେସିଂକରାଯାଇ ଚମଡା ସିଲେଇ କରିବା ସହିତ ତୁରନ୍ତ ଇଞେକସନ ଓ ସାଲାଇନ ଦେଇ ଚିକିତ୍ସା କରାଯାଇଛି। ତେବେ ଦୁଇଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟକୁ ରେଫର୍ କରାଯାଇଛି। ଅନ୍ୟପକ୍ଷରେ ରାତ୍ରରେ ଏସଂପର୍କରେ ତାଙ୍କର ସାନ ଭାଇ ଓ ପୁଅ କୋଡଙ୍ଗାଥାନାକୁ ଏତଲା ଦେବାକୁ ଯାଇଥିବା ଜଣାପଡ଼ିଛି।



