www.samajalive.in
Monday, December 8, 2025
14.1 C
Bhubaneswar

୧୨୦ଟି ଜନଜାତିକୁ ମିଳିପାରୁନି ଆଦିବାସୀ ମାନ୍ୟତା

ମାଲକାନଗିରି : ଓଡ଼ିଶାରେ ପ୍ରାୟ ୧୨୦ଟି ସମ୍ପ୍ରଦାୟର ଜନଜାତି ଆଦିବାସୀ ମାନ୍ୟତା ପାଇବା ପାଇଁ ପିଢିପିଢି ଧରି ସଂଗ୍ରାମ କରି ଆସୁଛନ୍ତି। ସେମାନଙ୍କୁ ଜନଜାତି ମାନ୍ୟତା ମିଳିପାରୁନି। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି ଅଭିଯୋଗ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲାରେ ୧୨୦ରୁ ଊର୍ଦ୍ଧ୍ବ ଜନଜାତି ଯେଉଁମାନେ କି ସାମାଜିକ, ଆର୍ଥିକ ଦୁର୍ବଳ ଏବଂ ନିୟମ ଅନୁଯାୟୀ ଅନୁସୂଚିତ ଜାତି ଓ ଅନୂସୂଚିତ ଜନଜାତିର ମାନ୍ୟତା ପାଇବା କଥା। କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଏହି ସମ୍ପ୍ରଦାୟ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ମଗା ଯାଇଛିା ବିଶେଷ କରି ଦୁରୁଆ, କୋଣ୍ଡାରେଡି, ଦୋରା, କୋୟା, ଭୁମିଆ, ଗାଦବା, ରଣା, ବିଂଜିଆ, ଭଳି ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ସମ୍ପ୍ରଦାୟ ରହିଛନ୍ତି। ଯେଉଁମାନେ କି ଆଦିବାସୀ ମାନ୍ୟତା ପାଇବା ପାଇଁ ଯୋଗ୍ୟା ଓଡ଼ିଶାରେ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଏଭଳି ସମ୍ପ୍ରଦାୟ ରହିଛନ୍ତି। କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଏହି ସମ୍ପ୍ରଦାୟ ସମ୍ପର୍କରେ ବିବରଣୀ ମାଗିଛନ୍ତିା ରାଜ୍ୟ ସରକାରଙ୍କ ଆଦିବାସୀ ବିଭାଗ ଅଦ୍ୟାବଧି ଏହି ବିବରଣୀ ପ୍ରଦାନ କରି ନ ଥିବାରୁ ଏହି ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ପାଇ ପାରୁନାହାନ୍ତିା ଓଡ଼ିଶାର କୋଲାକୁମ୍ଭାର, ଲୋହରା, ମୁଳିଆକନ୍ଧ, ଓଡ଼ିଆସୋରା, ଟେଙ୍ଗୁପରଜା, ପାହାଡି ଖରିଆ, ଟେଙ୍ଗୁ କନ୍ଦ, ପାଟରା ଶବର, ରାଜକୁଳିଆ ଭୂୟାଁ, ରାଜାକନ୍ଧ, ପାଇକା ଭୂମିଆ, ଆଣ୍ଟି ଦୋରା, ମୁରିଆ, ପହରା, ବାସୁ ସୋରା, ପରଜା ଭୂମିଆ, କଣ୍ଡାରେଡି, କୁଇକନ୍ଧ, ମୁକାଦୋରା ଏଭଳି ଅନେକ ସମ୍ପ୍ରଦାୟ ଅଛନ୍ତି। ସେମାନେ ପ୍ରକୃତ ଜାତିଗତ ପ୍ରମାଣପତ୍ର ଏବଂ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତିା ଆଦିବାସୀଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ଏବଂ ଏହି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଭଳି ଯେଉଁସବୁ ସୁବିଧାସୁଯୋଗ ରହିଛି, ସେଥିରୁ ବଞ୍ଚିତ ହୋଇଛନ୍ତିା ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ ବହୁ ଯୋଜନା କଥା କହୁଥିବା ବେଳେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ଏହି ସବୁ ବିବରଣୀ ମାଗିଲେ କାହିଁକି ପ୍ରଦାନ କରୁନାହାନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନାବଳୀ ବୋଲି ଶ୍ରୀ ବଳଭଦ୍ର ପ୍ରଶ୍ନ କରିଛନ୍ତିା ମାଲକାନଗିରି ଜିଲାରେ ଦୁରୁଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଥିବା ବେଳେ କୋରାପୁଟ ଜିଲାରେ ଏହି ସମ୍ପ୍ରଦାୟକୁ ଉପେକ୍ଷା କରାଯାଇଛିା ନବରଙ୍ଗପୁରରେ ମଧ୍ୟ ସେହିଭଳି କିଛି ସମ୍ପ୍ରଦାୟ ଯେଉଁମାନେ ତଫସିଲଭୁକ୍ତ ଜାତିର ମାନ୍ୟତା ପାଇବା କଥା ସେମାନଙ୍କୁ ମଧ୍ୟ ତାହା ପ୍ରଦାନ କରା ଯାଇନାହାଁ ଅବିଭକ୍ତ କୋରାପୁଟ ଜିଲା ମୁଖ୍ୟତଃ ଆଦିବାସୀ ବହୁଳ ଜିଲା ଭାବେ ପରିଚିତା ସରକାର ଏହି ଚାରଟି ଜିଲାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ ଲୋକ ପ୍ରତିନିଧି, ସରପଞ୍ଚ, ଜିଲା ପରିଷଦ ଆଦିିବାସୀଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ବହୁ ସମ୍ପ୍ରଦାୟ ଯେଉଁମାନେ କି ଆଦିବାସୀ ମାନ୍ୟତା ପାଇବାରୁ ବଞ୍ଚିତ ହେଉଥିବାରୁ ନିର୍ବାଚନରେ ଲଢି ନ ପାରି ନିଜର ଗଣତାନ୍ତ୍ରିକ ଅଧିକାରକୁ ହରାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories