www.samajalive.in
Monday, December 8, 2025
27.1 C
Bhubaneswar

ନବରଙ୍ଗପୁର ଏସପି ଅଫିସ ଘେରାଉ କଲା ଜିଲା କଂଗ୍ରେସ

ନବରଙ୍ଗପୁର :  ଗତ ୧୦ତାରିଖରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଘଟିଯାଇଥିବା ରାଜଧାନୀ ପୋଲିସ ପ୍ରଶାସନର ଦବଙ୍ଗ ଗିରି ସାରା ଓଡ଼ିଶା ପ୍ରଦେଶରେ ବର୍ତ୍ତମାନ ଏକ ଆଲୋଚନାର ବିଷୟ ପାଲଟିଯାଇଛି । ଏହାକୁ ବିରାଧ କରି ଜିଲା କଂଗ୍ରେସ ପକ୍ଷରୁ ଆଜି ଏସପି ଅଫିସ ଘେରାଉ କରାଯାଇଥିଲା। ଗତ ନଭେମ୍ବର ମାସ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ମହାଲିଙ୍ଗ ମହାବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଘରୁ ଡାକି ନିର୍ମମ ଭାବେ ହତ୍ୟା କରି ତା ଶରୀରକୁ ଖଣ୍ଡ ବିଖଣ୍ଡ କରି ଜାଳି ପୋତି ଦେବା ଉଦ୍ୟମ ଲୋକଲୋଚନକୁ ଆସିବା ପରେ, ପ୍ରଶାସନର ନିରବତା ସାଙ୍ଗକୁ ପୋଲିସ ପ୍ରଶାସନ ପ୍ରକୃତ ଦୋଷୀଙ୍କୁ ଗିରଫ ନକରି ଘଣ୍ଟ ଘୋଡ଼ାଇବା ପାଇଁ ଚାଲି ଥିବା ଉଦମ୍ୟକୁ ବିରୋଧ କରି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଇତି ମଧ୍ୟରେ ରାଜ୍ୟରରେ ଥିବା ବିରୋଧୀ ରାଜନୈତିକ ଦଳ ମାନେ ଘଟଣାର ସତ୍ୟାସତ୍ୟ ପ୍ରମାଣିତ କରିବାକୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇବା ସତ୍ତ୍ଵେ ସରକାର ନୀରବ ଦ୍ରଷ୍ଟା ହୋଇ ରହିବା ବେଳେ ରାଜ୍ୟ ପୁଲିସ ପ୍ରଶାସନ ହାତବନ୍ଧି ଚୁପ୍ ବସି ରହିଛି । ପରୋକ୍ଷରେ ଏହି ସମ୍ବେଦନଶୀଳ ଘଟଣାରେ ସରକାରୀ ଦଳର ଜଣେ ବରିଷ୍ଠ ନେତାଙ୍କ ସମ୍ପୃକ୍ତି ରାଜ୍ୟ ରାଜନୀତିକୁ ଅଡ଼ୁଆରେ ପକାଇଛି। ସୂଚନା ଥାଉ କି ବାରମ୍ବାର ରାଜ୍ୟରେ ଏପ୍ରକାର ଘଟଣା ଘଟୁଥିବା ବେଳେ ଆଜି ଯାଏଁ ପୁଲିସର ନିଷ୍କ୍ରିୟତା ପ୍ରଶ୍ନବାଚି ସୃଷ୍ଟି କରିଛି । ଏହାର ସତ୍ୟା ସତ୍ୟ ବାହାର କରିବାକୁ ଗତ ବିଧାନ ସଭାରେ ବିରୋଧୀଦଳ ହଟ୍ଟଗୋଳ କରିବାରୁ ସରକାର କୌଣସି ତଥ୍ୟ ଦେଇନପାରି ପବିତ୍ର ବିଧାନସଭା ଶୀତ ଅଧିବେଶନକୁ ସମୟ ପୂର୍ବରୁ ମୁଲତବୀ ଘୋଷଣା କରିଥିଲେ। ପୁଲିସ ପ୍ରଶାସନର ନିରବତା ଯୋଗୁଁ ପ୍ରକୃତ ଦୋଷୀ ଆସ୍ତେ ଆସ୍ତେ ଦଣ୍ଡମୁକ୍ତ ଜୋନକୁ ଚାଲି ଯାଉଥିବା ଅନୁମାନ କରାଯାଏ।ଏହି କଥାକୁ ବିରୋଧ କରି ପିସିସି କାର୍ୟ୍ୟ।ଳୟ ତଥା କଂଗ୍ରେସ ଭବନ ଠାରେ ରାଜ୍ୟ ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ତରଫରୁ ଶାନ୍ତି ପୂର୍ଣ୍ଣ ଆଲୋଚନା ପର୍ୟ୍ୟାଲୋଚନା ଚାଲୁଥିବା ସମୟରେ ରାଜଧାନୀ ପୁଲିସ ପ୍ରଶାସନ ତରଫରୁ ରାଜ୍ୟ କଂଗ୍ରେସ ଭବନ ମଧ୍ୟରେ ପଶି ଉପସ୍ଥିତ ଥିବା କଂଗ୍ରେସ କର୍ମୀ ମାନଙ୍କୁ ଅମାନୁଷିକ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଆଇନକୁ ରକ୍ଷା କରିବାକୁ ଶପଥ ନେଇ ଚାକିରି କରୁଥିବା ପୁଲିସ ପ୍ରଶାସନ ସେହି ଆଇନକୁ ହାତକୁ ନେଇ ଜୀବନରେ ମାରିଦେବା ଭଳି ଆକ୍ରମଣ ଅତି ବିରଳ। ନିୟମ ଅଛି ଲାଠି ଚାର୍ଜ କରୁଥିବା ସମୟରେ ମଣିଷ ଦେହର ତଳ ଭାଗକୁ ଲାଠି ଦ୍ଵାରା ଆଘାତ କରିବା କଥା ହେଲେ କେଉଁ ଆଇନକୁ ରକ୍ଷା କରିବାକୁ ଯାଇ ରାଜଧାନୀ ପୋଲିସ ନିରୀହ କର୍ମୀଙ୍କ ମୁଣ୍ଡରେ ପ୍ରହାର କଲେ ଏହାର ନ୍ୟାୟିକ ତଦନ୍ତ କରି ଆକ୍ରମଣ କରିଥିବା ସମସ୍ତ ପୁଲିସଙ୍କୁ କୋଠାରରୁ କୋଠାର ଦଣ୍ଡ ବିଧାନ କରିବାକୁ କଂଗ୍ରେସ ଦଳ ତରଫରୁ ଦାବି କରାଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ ଥିବା ସମସ୍ତ ଏସପି ଅଫିସକୁ ସମସ୍ତ ଜିଲ୍ଲା ଯୁବ, ଛାତ୍ର, ମହିଳା, ସମସ୍ତ କଂଗ୍ରେସ ସେଲ ତରଫରୁ ବିକ୍ଷୋଭ ପ୍ରଦର୍ଶନ ସହ ହରତାଳ କରିବାକୁ ସଂକଳ୍ପ ନେଇଛି। ତାହା ନବରଙ୍ଗପୁର ଜିଲ୍ଲା ଠାରେ ପ୍ରଥମରୁ ଦେଖିବାକୁ ମିଳିଛି । ଏହି କାର୍ୟ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ, ରାଜ୍ୟ କଂଗ୍ରେସ ଉପ ସଭାପତି ଭୁଜବଳ ମଝି, ଜିଲ୍ଲାର ୧୦ ଗୋଟି ବ୍ଲକ୍ ସଭାପତି ଓ ଦୁଇଗୋଟି ପୌର ପରିଷଦର ବହୁ କର୍ମୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପି. ନାଗରତ୍ନାମା, ପିସିସି ସଭ୍ୟ ଦିଲ୍ଲିପ ବେହେରା, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦ୍ବାରିକା ମହାପାତ୍ର, ତାଜ ଇମରାନ ସରିଫ୍ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ପୁଲିସର ମାତ୍ରାଧିକ କାର୍ୟ୍ୟକ୍ରମକୁ ନିନ୍ଦାକରିବା ସହ ନବରଙ୍ଗପୁର ଏସପିଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories