କେନ୍ଦୁଝର: ଆଜି ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ କେନ୍ଦୁଝର ଜିଲା ବନ୍ଦ ଡ଼ାକରା ଦିଆଯାଇଛି ।ସକାଳୁ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ଛାଡ଼ି ଦୋକାନ, ବଜାର, ସ୍କୁଲ୍, କଲେଜ, ଯାନବାହାନ ଚଳାଚଳ ବନ୍ଦ ରହିଛି । ଅନୁପ୍ରବେଶକାରୀ, ଉପଦ୍ରବକାରୀ, ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର କରିବା ଦାବିରେ ବନ୍ଦ ଡ଼ାକରା ଦିଆଯାଇଛି । କେନ୍ଦୁଝର ସହର, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ପାଟଣା, ଘସିପୁରା, ଆନନ୍ଦପୁର ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଆଜି ସକାଳୁ ବିଶ୍ଵହିନ୍ଦୁ ପରିଷଦର ନେତା ଓ ସଦସ୍ୟମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦ କରିଛନ୍ତି l ଜିଲ୍ଲାରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଦୋକାନ, ବଜାର ବନ୍ଦ ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ କରାଯିବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ସଭାପତି ତୁଷାରକାନ୍ତ ସାମନ୍ତ ସୂଚନା ଦେଇଛନ୍ତି।



