www.samajalive.in
Sunday, December 14, 2025
26.1 C
Bhubaneswar

ଆସାମ ରାଇଫଲ୍ସ ଯବାନଙ୍କ ଆଖିବୁଜା ଗୁଳିଚାଳନା; ୧୨ ସାଧାରଣ ନାଗରିକ ମୃତ, ଉତ୍ତ୍ୟକ୍ତ ଲୋକେ ସୁରକ୍ଷା ବାହିନୀର ଏକାଧିକ ଗାଡି ଜାଳିଦେଲେ

ଦିମାପୁର: ନାଗାଲାଣ୍ଡର ମନ ଜିଲାରେ ଆସାମ ରାଇଫଲ୍ସ ଯବାନଙ୍କ ଆଖିବୁଜା ଗୁଳିମାଡରେ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଆଉ ଅନେକ ଲୋକ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବା କୁହାଯାଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ନିଫିୟୁ ରିଓ ଘଟଣାର ଉଚ୍ଚସ୍ତରୀୟ ତଦନ୍ତାଦେଶ ଦେବା ସହିତ ଜନସାଧାରଣ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । ଜଣାଯାଇଛି ଏହି ଏହି ଲୋକମାନେ ନିଜ ଘରକୁ ଫେରୁଥିବା ସମୟରେ ଆସାମ ରାଇଫଲ୍ସ ଯବାନମାନେ ସେମାନଙ୍କୁ ଉଗ୍ରବାଦୀ ଭାବି ଗୁଳି ଚଳାଇବା ଆରମ୍ଭ କରିଦେଇଥିଳେ । ମନ୍‍ ଜିଲାର ଓଟିଙ୍ଗ ଠାରେ ଏହି ଘଟଣା ଘଟିଛି । ଗୁଳିଚାଳନା ସ୍ଥଳରୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୁଖ୍ୟମନ୍ତ୍ରୀ ନିଫିୟୁ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଏ ସମ୍ପର୍କରେ ସ୍ୱତନ୍ତ୍ର ଦଳ ଦ୍ୱାରା ତଦନ୍ତାଦେଶ ଦେଇଛନ୍ତି । ଘଟଣା ଘଟିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସୁରକ୍ଷା ବାହିନୀର ଏକାଧିକ ଗାଡିରେ ନିଆଁ ଲଗାଇ ସେଗୁଡିକୁ ଜାଳି ଦେଇଥିଲେ । ସଂପ୍ରତି ସେଠାରେ ତୀବ୍ର ଉତ୍ତେଜନା ଲାଗି ରହିଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories