www.samajalive.in
Sunday, December 7, 2025
14.1 C
Bhubaneswar

ଦିନ ୧୧ଟା ମୁଖ୍ୟ ଖବର

ମିଆଁମାରରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ..  କୌଣସି କ୍ଷୟକ୍ଷତିର ସୂଚନା ନାହିଁ..

ଆଜି ପବିତ୍ର କୁମାର ପୂର୍ଣ୍ଣିମା : ନବ ବସ୍ତ୍ର ପରିଧାନ କରି ଉଦୟ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଅର୍ପଣ କରି କୁମାରୀ କନ୍ୟାମାନେ ପାଳୁଛନ୍ତି କୁମାର ପୂର୍ଣ୍ଣିମା..

- Advertisement -

କୁମାର ପୂର୍ଣ୍ଣିମାରେ ଆଜି ଆଂଶିକ ଚନ୍ଦ୍ରଗ୍ରହଣ, ରାତି ୧ଟା ୪ ମିନିଟ୍‌‌ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ୨ ଟା ୨୪ ମିନିଟ୍‌‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ..

ଏହା ଭାରତର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ..

ଆଜି ଅପରାହ୍ଣ ୪ ଟା ୪ ମିନିଟ୍‌‌ ୫୫ ସେକେଣ୍ଡରୁ ରାତି ୨ଟା ୨୪ ମିନିଟ୍‌‌ ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ..

ଅନ୍ନଭୋଜନ ଓ ଦେବନୀତି ନିଷେଧ..

ପୁରୀ ଶ୍ରୀମନ୍ଦିରରେ ଗ୍ରହଣ ସ୍ପର୍ଶହେବା ମାତ୍ରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତିକାନ୍ତି..

ଗ୍ରହଣ ସ୍ପର୍ଶ ସମୟରୁ ହିଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ନାନ.. ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ : ଶ୍ରୀମନ୍ଦିର ପ୍ରଶାସନ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଳାରେ ୫୧ହଜାରରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର କଲେ ବଣ୍ଟନ..

ଦେଶର ୩୭ଟି ସ୍ଥାନରେ ଅନୁଷ୍ଠିତ ହେଉଛି ରୋଜଗାର ମେଳା..

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ସ୍ୱରୂପ ନାୟକଙ୍କର ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ ସତୀଚୌରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ..

ଢେଙ୍କାନାଳରେ ଆଜିଠାରୁ ଆରମ୍ଭ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା..

୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’..

ପ୍ରଶାସନ ପୁଲିସ ଓ ବଜାର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି..

ଡିସେମ୍ବର ୧୫ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ : ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ..

ଇସ୍ରାଏଲ୍‌‌ ପକ୍ଷରୁ ଏୟାରଷ୍ଟ୍ରାଇକ୍‌‌..

ପଶ୍ଚିମ ଗାଜାରେ ଏୟାରଷ୍ଟ୍ରାଇକ୍‌‌ କଲା ଇସ୍ରାଏଲ୍‌‌..

ଏଥିରେ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଜାପଟ୍ଟିରେ ମୋବାଇଲ ସେବା ଠପ୍‌‌..

ସୁନ୍ଦରଗଡରେ ଆଉ ୫ ସ୍କ୍ରବ ଟାଇଫସ୍‌‌ ଆକ୍ରାନ୍ତ ଚିହ୍ନଟ..

ହମାସ-ଇସ୍ରାଏଲ୍‌‌ ଯୁଦ୍ଧ ରୋକିବାକୁ ଜାତିସଂଘରେ ପ୍ରସ୍ତାବ ପାସ୍‌‌..

ଯୁଦ୍ଧ ରୋକିବା ସମର୍ଥନରେ ୧୨୦ଟି ଦେଶ..

ପ୍ରସ୍ତାବ ବିପକ୍ଷରେ ଇସ୍ରାଏଲ ସହ ୧୪ଟି ଦେଶ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories