www.samajalive.in
Monday, December 8, 2025
24.1 C
Bhubaneswar

କିଛି ବିଷୟ ବଦଳିଥିବା ସ୍ପଷ୍ଟ କଲେ ମନ୍ତ୍ରୀ

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷରେ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କର ସମସ୍ତ ପୁସ୍ତକ ପରିବର୍ତ୍ତନ ହୋଇ ନଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭଗ ପକ୍ଷରୁ କୁହାଯାଇଛି। ମୋଟ ୮ଟି ପୁସ୍ତକର କିଛି ବିଷୟରେ ପରିବର୍ତ୍ତନ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିପାଇଁ ବ୍ୟସ୍ତ ନହେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାର୍ଚ୍ଚ ୨୦ରୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖାଯାଇ ପୁସ୍ତକ ପରିବର୍ତ୍ତନ ସମ୍ବନ୍ଧରେ ଅବଗତ କରାଯାଇଛି। ବୋର୍ଡ ପକ୍ଷରୁ ପ୍ରାୟ ଦୁଇ ଲକ୍ଷ ପୁସ୍ତକ ଛାପା ସରିଛି। ସାହିତ୍ୟ ସିନ୍ଧୁ, ସ୍କିଲ୍‌ ଅଫ୍‌ କମ୍ୟୁନିକେଟିଭ ଇଂରାଜୀ, ମାଧ୍ୟମିକ ବୀଜ ଗଣିତ, ମାଧ୍ୟମିକ ଜ୍ୟାମିତି, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ, ଇତିହାସ ଓ ରାଜନୀତି ବିଜ୍ଞାନ, ଭୂଗୋଳ ଓ ଅର୍ଥନୀତି ବହିର କିଛି ବିଷୟରେ ପରିବର୍ତ୍ତନ କରାଯାଇଛି। ନବମ ଶ୍ରେଣୀର ପୁସ୍ତକରେ କୌଣସି ପରିବର୍ତ୍ତନ ହୋଇନି।
ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ସବୁ ବହି ବଦଳିଥିବା ଭାବି ଅଭିଭାବକ ଓ ବିଦ୍ୟାର୍ଥୀ ବ୍ୟସ୍ତ ହେଉଛନ୍ତି। ମାଟ୍ରିକ୍‌ର ୮ଟି ବହିର କିଛି ବିଷୟରେ ପରିବର୍ତ୍ତନ କରାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ବୋର୍ଡ ୱେବ୍‌ସାଇଟ୍‌ ଲଗ୍‌ଇନ୍‌ କରି କେଉଁ ବହିର କେଉଁ ବିଷୟ ପରିବର୍ତ୍ତନ ହୋଇଛି ତାହା ଜାଣିପାରିବେ। ପ୍ରାୟ ଦୁଇ ଲକ୍ଷ ପୁସ୍ତକ ବୋର୍ଡ ପକ୍ଷରୁ ଛାପା ସରିଛି। କିଛି ବିଷୟ ପରିବର୍ତ୍ତନ ସମ୍ପର୍କରେ ବିଧାନସଭାରେ ପୂର୍ବରୁ ସୂଚନା ଦିଆଯାଇଛି ବୋଲି ସେ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories