ରାତି ୧୦ଟା ମୁଖ୍ୟ ଖବର

ଦେଶରେ ୪୦ ଜଣ କରୋନା ଡେଲ୍‍ଟା ପ୍ଲସ୍‍ ସଂକ୍ରମିତ ଚିହ୍ନଟ

କେନ୍ଦ୍ର କ୍ୟାବିନେଟ୍‍: ଟିକସ ସୂଚନା ସଂଗ୍ରହ ସହାୟକ ପ୍ରସ୍ତାବ ମଂଜୁର

ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ପ୍ରଦାନ

ଟିକାକରଣକୁ ନେଇ ଜୋର ଧରିଲା ରାଜନୀତି: ଟିକାକରଣ କେନ୍ଦ୍ରରେ ବିଜେପିର ଦଳୀୟ ଚିହ୍ନକୁ ନେଇ ପ୍ରତିବାଦ କଲା ବିଜେଡି

-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବନ୍ୟା ଏବଂ ଘୂର୍ଣ୍ଣିବଳୟ ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜୁନ୍ ମାସରୁ ଅକ୍ଟୋବର ମଧ୍ୟରେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

-ସ୍କୁଲ ପାଠ୍ୟକ୍ରମରେ ପ୍ରଥମ ଭାଷା ଓଡ଼ିଆର ଉଭୟ ନବମ ଓ ଦଶମରେ ସ୍ଥାନ ପାଇଲା ବନ୍ଦେ ଉତ୍କଳ ଜନନୀ, ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି
-ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ସବୁ ଜୀବନ ମୂଲ୍ୟବାନ
-ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର୍ଯ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି, କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
-ଭୁବନେଶ୍ୱରରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ସ୍ୱତନ୍ତ୍ର କାର୍ଯ୍ୟ ଦଳ
-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ସ୍ନାନ ଯାତ୍ରାରେ ଛେରା ପହଁରା କରିବେ ନାହିଁ ପୁରୀ ଗଜପତି ମହାରାଜ
-ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ଏଥର ବି ୩୦% କମିବ ନବମ ଓ ଦଶମ ଶ୍ରେଣୀର ସିଲାବସ୍
-ଶ୍ରୀନଗର ଉପକଣ୍ଠ ନଉଗାଁ ଅଞ୍ଚଳରେ ସିଆଇଡି ଅଧିକାରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ
-ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ବନ୍ଦିତା ପରିଡ଼ାଙ୍କୁ ନିଯୁକ୍ତି ଦେଲେ ସୋନିଆ ଗାନ୍ଧି
-ଆଜି ରାଜ୍ୟରେ ୩୪୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪୬ ମୃତ
-ଆଜି ଦେଶରେ ୫୦୮୪୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୧୩୫୮ ମୃତ ଓ ୬୮୮୧୭ ସୁସ୍ଥ

Comments are closed.