www.samajalive.in
Wednesday, December 10, 2025
16.1 C
Bhubaneswar

ପାଖରେ ଅଛି କି ପୁରୁଣା ୫ ଓ ୧୦ ଟଙ୍କିଆ ନୋଟ୍: ଫେରାଇବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ

ପୁରୁଣା ୫ ଓ ୧୦ ଟଙ୍କିଆ ନୋଟ୍ ରଖିଛନ୍ତି କି ? ଯଦି ରଖିଛନ୍ତି ତେବେ ଏହାକୁ ଫେରାଇବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ । ଆସନ୍ତା ଏପ୍ରିଲ ମାସ ବେଳକୁ ଏହି ନୋଟ୍ ଫେରାଇ ନେବା ପାଇଁ ରିଜର୍ଭ ବ୍ୟାଙ୍କ ଯୋଜନା କରୁଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇ ଯାଇଛି । ଏହି ନୋଟ ବନ୍ଦ କରି ଦିଆଯିବ ଅର୍ଥାତ ଅଚଳ ହୋଇଯିବ । ଏହା ବଦଳରେ ୫ ଓ ୧୦ ଟଙ୍କିଆ ମୁଦ୍ରା ବ୍ୟବହାର ହେବ ବୋଲି କୁହାଯାଉଛି । ରିଜର୍ଭ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ବି. ମହେଶଙ୍କ ମନ୍ତବ୍ୟରୁ ଏ ସଂକ୍ରାନ୍ତ ଇଙ୍ଗିତ ମିଳିଛି ।

- Advertisement -

ବି ମହେଶ କହିଛନ୍ତି ଯେ ୧୦ ଟଙ୍କିଆ ମୁଦ୍ରା ପ୍ରଚଳନ ହେବାର ୧୫ ବର୍ଷ ପରେ ମଧ୍ୟ  ବ୍ୟବସାୟୀମାନେ ଏହି ମୁଦ୍ରାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ।  ଯାହା ବ୍ୟାଙ୍କ ଏବଂ ଆରବିଆଇ ପାଇଁ ଏକ ସମସ୍ୟା ପାଲଟିଛି । ମୁଦ୍ରାର ବୈଧତା ବିଷୟରେ ବ୍ୟାପୁଥିବା ଗୁଜବ ବିଷୟରେ ବ୍ୟାଙ୍କ ଲୋକଙ୍କୁ ସଚେତନ କରାଇବା ଉଚିତ । ଏହା ସହିତ ବ୍ୟାଙ୍କ ଜନସାଧାରଣଙ୍କ ମଧ୍ୟରେ ୧୦ ଟଙ୍କିଆ ମୁଦ୍ରା ବ୍ୟବହାରକୁ  ପ୍ରୋତ୍ସାହିତ କରିବାର ଉପାୟ ଖୋଜିବା ଉଚିତ ।

୨୦୧୯ରେ ଆରବିଆଇ ଜାରି କରିଥିଲା ନୂଆ ୧୦୦ ଟଙ୍କିଆ ନୋଟ ଜାରି କରିଥିଲା । ସେହିପରି ୨୦୧୬ରେ ବିମୁଦ୍ରାୟନ ପରେ ନୂଆ ୫୦୦ ଟଙ୍କିଆ ଓ ୨ ହଜାର ଟଙ୍କିଆ ନୋଟ କାରବାର ମଧ୍ୟ ହେଉଛି । ନୂଆ ୨୦ ଟଙ୍କିଆ ଓ ୫୦ ଟଙ୍କିଆ ନୋଟ ମଧ୍ୟ ସରକାର ଛାପିଛନ୍ତି । ଏହି ନୋଟ ବଜାରରେ କାରବାରରେ ଲାଗୁଛି । ମାତ୍ର ୫ ଟଙ୍କିଆ, ୧୦ ଟଙ୍କିଆ ମୁଦ୍ରାକୁ ନେଇ ବିଭିନ୍ନ ସମୟରେ ବିଭ୍ରାନ୍ତି ସୃଷ୍ଟି ହେଉଛି । ଏକଟଙ୍କିଆ ଓ ଦୁଇ ଟଙ୍କିଆ ମୁଦ୍ରା ଅନେକ ସ୍ଥାନରେ ବ୍ୟବସାୟୀମାନେ ଗ୍ରହଣ କରୁନାହାନ୍ତି । ତେଣୁ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ ହୋଇଛି ବୋଲି କୁହାଯାଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories