www.samajalive.in
Monday, December 8, 2025
27.1 C
Bhubaneswar

ଯାଜପୁର ପୌର ପରିଷଦ ପକ୍ଷରୁ ଅନଲାଇନ ଟ୍ୟାକ୍ସ ସଂଗ୍ରହର ଶୁଭାରମ୍ଭ

ଯାଜପୁର  : ଯାଜପୁର ପୌର ପରିଷଦ ପକ୍ଷରୁ ବିଭିନ୍ନ ଟ୍ୟାକ୍ସ ଅନଳାଇନ ମାଧ୍ୟମରେ ସଂଗ୍ରହ ପାଇଁ ପଦକ୍ଷେପ ନିଆଯାଇଛି ।  ଶୁକ୍ରବାର ପୂର୍ବାହ୍ନରେ ପୈାର କାର୍ଯ୍ୟାଳୟ ପରିସରରେ ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ତଥା ପୈାର ପ୍ରଶାସକ ଅକ୍ଷୟ କୁମାର ମଲ୍ଲିକ ଏହି ଅନଳାଇନ ବ୍ୟବସ୍ଥାର ଶୁଭାରମ୍ଭ ସହ ଏହି ବ୍ୟବସ୍ଥା ଦ୍ୱାରା ପୌର ଅଧିବାସୀ ମାନେ ନିଜ ଘରେ ରହି ମଧ୍ୟ ବିବିଧ ଟ୍ୟାକ୍ସ ପ୍ରଦାନ କରିପାରିବେ ବୋଲି କହିଥିଲେ।  ଏପରି କି, ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ମଧ୍ୟ ଅନଲାିନ ମାଧ୍ୟମରେ କରିବାର ବ୍ୟବସ୍ଥା ରହିଛି ବୋଲି ସେ କହିଥିଲେ।  ଆକ୍ସିସ ବ୍ୟାଙ୍କ ଏହି ଅନଲାଇନ ବ୍ୟବସ୍ଥା “ଏମ୍.ପସ”ରେ  ସହଯୋଗ କରିଥିବାରୁ ବ୍ୟାଙ୍କର ପରିଚାଳକଙ୍କୁ ଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ପୌର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ଏହି “ଏମ୍.ପସ୍.” ବ୍ୟବସ୍ଥାକୁ ସୁନିୟନ୍ତ୍ରିତ ଓ ପରିଚାଳନା ପାଇଁ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଦିଆଯାଇଛି ବୋଲି କହିବା ସହ ପୌରବାସୀ ଏହାର ଉପଯୋଗ ପାଇଁ ଅନୁରୋଧ କରିଥିଲେ।  ପରେ ଅନଳାିନ ଓ ଅଫ୍ ଲାଇନ ଊଭୟ ମାଧ୍ୟମରେ ଏମ୍.ପସ୍. ମେସିନ ଦ୍ୱାରା କେତେକ ହିତାଧିକାରୀଙ୍କ ଠାରୁ ଟ୍ୟାକ୍ସ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ପୌର ପରିଷଦର ଚିକିତ୍ସାଧିକାରୀ ଡା. ପ୍ରଦୀପ ଖୁଣ୍ଟିଆ, ଓ.ଏସ୍.ଡି. ସୁଦର୍ଶନ ମିଶ୍ର, ଆକ୍ସିସ୍ ବ୍ୟାଙ୍କର ପରିଚାଳକ ଅପୂର୍ବ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories