www.samajalive.in
Monday, December 8, 2025
14.1 C
Bhubaneswar

ଗ୍ୟାସ ଦର ଚିନ୍ତା ; କମ ଗ୍ୟାସ ଖର୍ଚ୍ଚ ପାଇଁ ଆପଣାନ୍ତୁ ଏହି ୫ଟି ଉପାୟ

ସକାଳେ ଉଠିବା ପରେ ଜଳଖିଆ ପ୍ରସ୍ତୁତ ହେଉ ,ଖରାବେଳର ଖାଦ୍ୟ କିମ୍ବା ରାତି ଖାଦ୍ୟ ହେଉ ରୋଷେଇ ପାଇଁ ଗ୍ୟାସ୍‍ ସିଲିଣ୍ଡରର ବ୍ୟବହାର ସାଧାରଣ କଥା। ମାତ୍ର ବର୍ତ୍ତମାନ ସମୟରେ ବୃଦ୍ଧି ପାଇଥିବା ଗ୍ୟାସର ଦର ପାଇଁ ପ୍ରତ୍ୟେକଙ୍କ ହାଣ୍ଡିଶାଳରେ ମହଙ୍ଗାମାଡ ପଡିଛି। ଆପଣ ମଧ୍ୟ ଏହି ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ଜାଣନ୍ତୁ କିଭଳି ଏହା ଜଲଦି ଶେଷ ନହୋଇ ଅଧିକ ଦିନ ଯାଏଁ ଗ୍ୟାସ ସିଲିଣ୍ଡର ବ୍ୟବହାର କରିପାରିବେ।
ଅଧିକାଂଶ ସମୟରେ ଲୋକେ ରୋଷେଇ ଘର ସଫା ରଖିଥାଆନ୍ତି ମାତ୍ର ଅଧିକ ଦିନ ପର୍ଯ୍ୟନ୍ତ ଗ୍ୟାସ ବର୍ନରର ସଫା ପ୍ରତି ଧ୍ୟାନ ଦେଇନଥାଆନ୍ତି। ଏହାଦ୍ୱାରା ଚୁଲାରେ ଥିବା ଛିଦ୍ର ଗୁଡିକ ବନ୍ଦ ହୋଇଯାଏ। ଫଳରେ ଅଧିକ ଗ୍ୟାସ ନଷ୍ଟ ହୋଇଥାଏ। ଏଥିପ୍ରତି ଧ୍ୟାନ ଦେଇ ପିନ୍‍ କିମ୍ବା ବ୍ରଶ ଦ୍ୱାରା ଗ୍ୟାସ ବର୍ନର ସଫା କରନ୍ତୁ।
ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଅଧିକାଂଶ ଘୋଡଣୀ ବ୍ୟବହାର କରନ୍ତି ନାହିଁ। ଫଳରେ ଖାଦ୍ୟରୁ ବାମ୍ଫ ବାହାରି ଯାଇଥାଏ। ଏହାସହ ଖାଦ୍ୟ ପ୍ରସ୍ତୁତ ହେବାକୁ ଅଧିକ ସମୟ ଲାଗେ ଓ ଗ୍ୟାସ ମଧ୍ୟ ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଢାଙ୍କୁଣୀ ନିଶ୍ଚୟ ବ୍ୟବହାର କରନ୍ତୁ। ଏହାଦ୍ୱାରା କମ ସମୟରେ ଖାଦ୍ୟ ପ୍ରସ୍ତୁତ ହୋଇପାରିବ। ଏପରି କରିବା ଦ୍ୱାରା ତେଲ ମଧ୍ୟ କମ ଖର୍ଚ୍ଚ ହେବ।
ଗ୍ୟାସ ଲଗାଇବା ପୂର୍ବରୁ ଖାଦ୍ୟ ପ୍ରସ୍ତୁତିର ସମସ୍ତ ସାମଗ୍ରୀ ସଜାଡି ଦିଅନ୍ତୁ। ଗ୍ୟାସ ନିକଟରେ ହିଁ ରଖନ୍ତୁ। ଖାଦ୍ୟ ପ୍ରସ୍ତୁତ କରନ୍ତୁ।
ଖାଦ୍ୟ ପ୍ରସ୍ତୁତ କରୁଥିବା ବାସନ ଗୁଡିକର ମୁହଁ ଚଉଡା ହୋଇଥିବା ସହ ଏହା ସମ୍ପୂର୍ଣ୍ଣ ଭାବେ ଢାଙ୍କି ହେଉଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବାସନର ଶେଷ ଅଂଶ ଗୋଲାକାର ନହୋଇ ଚଉଡା କିମ୍ବା ସମତଳ ହେବା ଦ୍ୱାରା ଗ୍ୟାସ ଖୁବ କମ ଖର୍ଚ୍ଚ ହୋଇଥାଏ।
ଓଭନ୍‍ କିମ୍ବା ମାଇକ୍ରୋବେବ ଥିଲେ ପ୍ରଥମେ ଟମାଟୋ ଓ ପିଆଜ ଆଦିକୁ ଏଥିରେ ନରମ କରି ଦିଅନ୍ତୁ। ଏହାପରେ ଗ୍ୟାସରେ ପାତ୍ର ବସାଇ ତରକାରୀ ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା ମଧ୍ୟ ଗ୍ୟାସ କମ ଖର୍ଚ୍ଚ ହେବ। ଡାଲି,ଚାଉଳ ଆଦିକୁ ପ୍ରସ୍ତୁତ କରିବାର କିଛି ସମୟ ପୂର୍ବରୁ ବତୁରାଇ ଦିଅନ୍ତୁ।

 

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories