www.samajalive.in
Wednesday, December 10, 2025
18.1 C
Bhubaneswar

ଦ୍ରୌପଦୀଙ୍କ ସପକ୍ଷରେ ଶିବସେନାର ବହୁ ସାଂସଦ; ସମର୍ଥନ କରିପାରନ୍ତି ଉଦ୍ଧବ ଠାକରେ

ମହାରାଷ୍ଟ୍ର: ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବଢ଼ୁଛି ସମର୍ଥନ । ଦ୍ରୌପଦୀଙ୍କୁ ସମର୍ଥନ କରିପାରନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।  ଶିବସେନା ପକ୍ଷରୁ ଏନେଇ କିଛି ସ୍ପଷ୍ଟ ପ୍ରତିକ୍ରିୟା ଦିଆଯାଇନଥିବା ବେଳେ ଦଳର ଅନେକ ସାଂସଦ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବାକୁ ଇଚ୍ଛୁକ ଥିବା ଜଣାପଡ଼ିଛି । ସୂଚନା ମୁତାବକ ଗତକାଲି ସୋମବାର ଦିନ ଉଦ୍ଧବ ଠାକରେ ଏକ ବୈଠକ ଡକାଇଥିଲେ । ବୈଠକରେ ୧୯ଜଣ ଶିବସେନା ସାଂସଦଙ୍କୁ ଉପସ୍ଥିତ ରହିବା ନେଇ କୁହାଯାଇଥିଲା । ସେଥି ମଧ୍ୟରୁ ୧୧ଜଣ ବୈଠକରେ ଯୋଗ ଦେଇଥିବା ବେଳେ ଅନ୍ୟ ୮ଜଣ ସାଂସଦ ଉପସ୍ଥିତ ନଥିଲେ।

ଏହି ସଭାରେ ଉପସ୍ଥିତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା ବିଷୟରେ ସ୍ପଷ୍ଟ ଭାବରେ କହିଥିଲେ । ତାହାସହ ସେ ଆହୁରି କହିଥିଲେ କି, ସାଧାରଣ ବିରୋଧୀ ପ୍ରାର୍ଥୀଙ୍କୁ ଶିବସେନା ସମର୍ଥନ କରନ୍ତୁ । ଆମେ ମୁର୍ମୁଙ୍କୁ ସମର୍ଥନ କରିବା ଉଚିତ୍। ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସେ ନିବେଦନ କରିଛନ୍ତି। ହେଲେ ଉଦ୍ଧବ ତାଙ୍କ ନିଷ୍ପତ୍ତି ଜଣାଇନଥିବା ବେଳେ ଆଗକୁ କ’ଣ ତାଙ୍କର ଆଭିମୁଖ୍ୟ ରହୁଛି ସମସ୍ତଙ୍କର ନଜର ରହିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories