www.samajalive.in
Friday, December 5, 2025
26.1 C
Bhubaneswar

ନୃଂସଶ ପୁଅ ; ଠେଙ୍ଗାରେ ପିଟିପିଟି ନେଲା ମାଆର ଜୀବନ

ମୟୁରଭଞ୍ଜ : ରାଜ୍ୟରେ ଅନେକ ସ୍ଥାନରେ କିଛି ଦିନ ମଧ୍ୟରେ ଜମିବାଡି, ଟଙ୍କା ପଇସା କିମ୍ବା ନିଶା ପାଇଁ ପରିବାର ଲୋକେ ହିଁ ନିଜ ପରିବାର ସଦସ୍ୟକୁ ହତ୍ୟା କରୁଥିବା ଘଟଣା ସାମ୍ନାକୁ ଆସୁଛି। ସେହିଭଳି ପୁଣି ଯଶୀପୁର ଥାନା ଅନ୍ତର୍ଗତ ହାଟ ପଡିଆ ସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ନିଶାସକ୍ତ ପୁଅର ଉନ୍ମତ୍ତକାଣ୍ଡ ଦେଖାଯାଇଛି। ମାତ୍ର ୧୦୦ ଟଙ୍କା ପାଇଁ ପିଟିପିଟି ମାଆକୁ ହତ୍ୟା କଲା ପୁଅ। ଫଳରେ ମାଆର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ସାଳନ୍ଦୀ ନାଏକ । ନିଶା ପାଇଁ ଅଭିଯୁକ୍ତ ପୁଅ ସରୋଜ ମାଆକୁ ଶହେ ଟଙ୍କା ମାଗିବା ପରେ ମାଆ ନ ଦେବାରୁ ଠେଙ୍ଗାରେ ପିଟି ପିଟି ମାଆକୁ ପୁଅ ହତ୍ୟା କରିଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଖବର ପାଇ ଯଶୀପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories