ନୂଆଦିଲ୍ଲୀ : ପୂଜା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ସରକାର ଭେଟି ଦେଇଛନ୍ତି। କ୍ୟାବିନେଟ୍ରେ ବୁଧବାର କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଓ ପେନସନ୍ଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି ପାଇଁ ଅନୁମୋଦନ କରିଛନ୍ତି। ମହଙ୍ଗା ଭତ୍ତାକୁ ୪୨%ରୁ ୪୬% ବୃଦ୍ଧି ହୋଇଛି। ମହାଙ୍ଗା ଭତ୍ତା ୪ % ବୃଦ୍ଧି ପାଇଁ ଅନୁମୋଦନ ମିଳିଛି। ଏହି ନିଷ୍ପତ୍ତି ଦ୍ୱାରା ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନ୍ସନ୍ ଭୋଗୀ ଉପକୃତ ହେବେ। ଏହା ଜୁଲାଇ ୧, ୨୦୨୩ ରୁ କାର୍ଯ୍ୟକାରୀ ହୋଇଛି । ଏଥିରୁ ୪୮ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ୨୦୨୩ ମାର୍ଚ୍ଚ ୨୪ ତାରିଖରେ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥିଲା।
Popular Categories



