www.samajalive.in
Saturday, December 6, 2025
26.1 C
Bhubaneswar

ରୁଷ –ୟୁକ୍ରେନ ଯୁଦ୍ଧ ; ଶେୟାର ବଜାରରେ ଭୂକମ୍ପ

ନୂଆଦିଲ୍ଲୀ : ରୁଷ –ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଅର୍ଥନୀତି ଉପରେ ମଧ୍ୟ ଦେଖାଦେଇଛି।  ଭାରତୀୟ ଶେୟାର ବଜାର ମାର୍କେଟରେ ଏକ ପ୍ରକାର ଭୁଷୁଡି ପଡିଛି। ଏହାସହ ମସ୍କୋ ନିଜର ଷ୍ଟକ୍‍ ମାର୍କେଟକୁ ବନ୍ଦ କରିଛି। ଯୁଦ୍ଧ କାରଣରୁ ଗୁରୁବାର ଭାରତୀୟ ଷ୍ଟକ୍‍ ମାର୍କେଟରେ ପ୍ରଭାବ ଦେଖାଦେଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଇଣ୍ଡେକ୍ସ ସମ୍ବେଦୀ ସୂଚକାଙ୍କ ୧୮୫୯ ପଏଣ୍ଟ ଖସି ଯାଇଛି। ଗୁରୁବାର ସକାଳୁ ଷ୍ଟକ୍‍ ମାର୍କେଟ କ୍ଷତିରେ ଆରମ୍ଭ ହୋଇଥିଲା। ପରେ ସାମାନ୍ୟ ସ୍ଥିତି ସୁଧୁରିଥିଲା। ମାତ୍ର ଅସ୍ଥିରତା ମଧ୍ୟରେ ସମ୍ବେଦୀ ସୂଚକାଙ୍କ ର ୧୪୩୦ ପଏଣ୍ଟ ହ୍ରାସ ପାଇ ୫୫,୮୦୨ ସ୍ତରରେ ରହିଥିଲା।
ଏହି ସମୟର କାରବାର ମଧ୍ୟରେ ଆଠ ଲକ୍ଷ ଟଙ୍କା ନିବେଶକମାନେ କ୍ଷତି ସହିଥିବା ଜଣାପଡିଛି। ନିଫ୍ଟି ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଥିବା ଦେଖାଯାଇଛି। ଏଥିରେ ୪୧୪ ପଏଣ୍ଟ ଖସିବା ସହ ୧୬,୬୪୮ରେ ପହଞ୍ଚିଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories