କଟକ : ବର୍ଷା -ଅନୁଭବ ବିବାହ ବିଚ୍ଛେଦ ମାମଲାରେ ମଙ୍ଗଳବାର ହାଇକୋର୍ଟ ନୋଟିସ୍ ଦେଇଛନ୍ତି। ସ୍ୱାମୀ ଅନୁଭବଙ୍କ ଆବେଦନ ଅନୁସାରେ ପତ୍ନୀ ବର୍ଷାଙ୍କୁ ନୋଟିସ୍ ଦିଆଯାଇଛି। ପରିବାର ଅଦାଲତକୁ ରେକର୍ଡ ଦାଖଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପରିବାର ଅଦାଲତ ବିବାହ ବିଚ୍ଛେଦ ଆବେଦନ ଖାରଜ କରିଥିଲେ। ଏହି ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆସନ୍ତା ୯ ତାରିଖରେ ପରବର୍ତ୍ତୀ ଶୁଣାଇ ନେଇ ଦିନ ଧାର୍ଯ୍ୟ ହୋଇଛି।
Popular Categories



