www.samajalive.in
Saturday, December 6, 2025
26.1 C
Bhubaneswar

ସମଲିଙ୍ଗୀ ବିବାହକୁ ନେଇ ବଡ ମନ୍ତବ୍ୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଜି ସମଲିଙ୍ଗୀ ବିବାହକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି। ସମଲିଙ୍ଗୀ ବିବାହ ରାୟ ଶୁଣାଇ  ସୁପ୍ରମିକୋର୍ଟ ଖଣ୍ଡପୀଠ ମତ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ବୈଷମ୍ୟ ବିରୋଧୀ ଆଇନ ବା ଆଣ୍ଟି ଡିସ୍‌‌କ୍ରିମିନେସନ ଲ’ ଅଣାଯାଉ’। ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ ମତଦେଲେ ପ୍ରଧାନ ବିଚାରପତି। ପ୍ରଧାନ ବିଚାରପତିଙ୍କ ମତକୁ ଜଷ୍ଟିସ କୌଲ ମଧ୍ୟ ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ରାୟ ଶୁଣାଇ କହିଛନ୍ତି, ଜୀବନ ସାଥୀ ବାଛିବାରେ ସମସ୍ତଙ୍କ ଅଧିକାର ରହିଛି। ସମଲିଙ୍ଗୀ ସମ୍ପର୍କ କେବଳ ଏକ ସହରୀ ବିଚାରଧାରା ନୁହେଁ। ଏଲଜିବିଟି ବର୍ଗଙ୍କୁ ଲିଙ୍ଗଗତ କାରଣରୁ ଅଧିକାରରୁ ବଞ୍ଚିତ କରାଯାଇ ପାରିବନି। କୌଣସି ବ୍ୟକ୍ତିକୁ ହରମୋନ ଥେରାପି ପାଇଁ ବାଧ୍ୟ କରାଯାଇ ପାରିବନି। ସମଲିଙ୍ଗୀ ବିବାହକୁ ମାନ୍ୟତା ସଂସଦର ଅଧିକାର ବୋଲି କହିଛନ୍ତି ସିଜେଆଇ। ସମଲିଙ୍ଗୀଙ୍କ ପାଇଁ ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିବାହ ଏକ ମୌଳିକ ଅଧିକାର ନୁହେଁ ବୋଲି କୋର୍ଟ କହିଲେ। ସଂସଦ ଆଇନ ନଆଣିବା ଯାଏ ଏନେଇ ସ୍ୱୀକୃତି ଦେଇ ହେବନି। ଏନେଇ ସଂସଦ ନିଷ୍ପତ୍ତି ନେଉ ବୋଲି କହିଲେ ସୁପ୍ରିମକୋର୍ଟ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories