ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମତଦାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୋଟର ଭେରିଫିଏବଲ ପେପର ଅଡିଟ ଟ୍ରେଲ (ଭିଭିପ୍ୟାଟ) ବ୍ୟବହାର ନେଇ ମାର୍ଚ୍ଚ ୨୮ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରତ୍ୟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବ୍ୟବହାର ହେବାକୁ ଥିବା ଭିଭିପ୍ୟାଟ ନମୁନା ସର୍ବେକ୍ଷଣ ସଂଖ୍ୟା ୧ରୁ ଅଧିକକୁ ବୃଦ୍ଧି କରିହେବ କି ନାହିଁ ତାହା ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତାଙ୍କ ପୀଠ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୨୮ ଅପରାହ୍ଣ ୪ ଟା ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି। ପୀଠ ଏହି ନିର୍ଦେଶ ସହ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ୨୧ ବିରୋଧୀ ଦଳ ନେତାଙ୍କ ଆବେଦନ ଉପରେ ଶୁଣାଣିକୁ ଅପ୍ରେଲକୁ ଘୁଞ୍ଚାଇ ଦେଇଛନ୍ତି।
Popular Categories



