www.samajalive.in
Monday, December 8, 2025
20.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ମୂଳା

ଶୀତଦିନିଆ ପରିବା ଭାବେ ଜଣାଯାଉଥିବା ମୂଳା ଆଜିକାଲି ପ୍ରତ୍ୟେକ ଋତୁରେ ବଜାରରେ ଉପଲବ୍ଧ ହେଉଛି। ନିୟମିତ ଭାବେ ମୂଳା ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ବୋଲି ବିଶେଷଜ୍ଞଙ୍କ ମତ। ତେବେ କେବଳ ମୂଳା ନୁହେଁ, ଏହାର ପତ୍ରରେ ମଧ୍ୟ ଔଷଧୀୟ ଗୁଣ ଭରପୂର ରହିଛି। ମୂଳା ପତ୍ରରେ ଭିଟାମିନ୍ ବି, ସି, କେ, ଇ ଭରପୂର ଥିବାବେଳେ ପୋଟାସିୟମ୍ ଓ ଲାଇକୋପିନ୍ ମଧ୍ୟ ରହିଛି।

ମୂଳା ପତ୍ରକୁ ସିଝାଇ ସୁପ୍ ପରି ସେବନ କଲେ କେଶ ଓ ତ୍ବଚାରେ ବିଶେଷ ଚମକ ଆସିଥାଏ।

- Advertisement -

– ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିିଛି ଯେ ମୂଳାପତ୍ରରେ କର୍କଟ ପ୍ରତିରୋଧକ ଗୁଣ ଭରପୂର ଅଛି। ଏଣୁ ମୂଳା ସହ ମୂଳା ପତ୍ର ସିଝା ପାଣି ପିଇବା ଉତ୍ତମ।

– ଓଜନ କମ୍ କରିବାକୁ ଚାହୁଁଥିବା ଲୋକେ ସାଲାଡରେ ମୂଳାପତ୍ରକୁ ବ୍ୟବହାର କରିବା ଆବଶ୍ୟକ। ୧ ମାସ ଏହାକୁ ଖାଇବା ପରେ ଓଜନ ୩-୪ କିଲୋ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

– ଫାଇବର୍ ଭରପୂର ଥିବା ମୂଳା ପତ୍ରକୁ ବିଭିନ୍ନ ବ୍ୟଞ୍ଜନରେ ଉପଯୋଗ କଲେ ତାହା ହଜମ କ୍ରିୟା ଉତ୍ତମ କରେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories