www.samajalive.in
Tuesday, December 9, 2025
16.1 C
Bhubaneswar

ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ’ଜାତୀୟ ଯୁଦ୍ଧ ସ୍ମାରକୀ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସ୍ୱାଧୀନତା ପରଠାରୁ ଦେଶସେବା ପାଇଁ ବଳିଦାନ ଦେଇଥିବା ଭାରତୀୟ ସଶସ୍ତ୍ର ବାହିନୀର ୨୫ ହଜାରରୁ ଅଧିକ ସୈନ୍ୟଙ୍କ ସମ୍ମାନରେ ଏହି ସ୍ମାରକୀ ନିର୍ମାଣ କରାଯାଇଛି।
ଦେଶର ସଶସ୍ତ୍ର ବାହିନୀ ଯବାନମାନଙ୍କ ବଳିଦାନର ପ୍ରତିବଦଳରେ ଏହା ଏକ ଛୋଟ ପଦକ୍ଷେପ । ‘ଇଣ୍ଡିଆ ଗେଟ’ର ‘ଅମର ଯବାନ ଜ୍ୟୋତି’ ନିକଟରେ ନିର୍ମିତ ଏହି ସ୍ମାରକୀ ଦେଶପାଇଁ ବଳିଦାନ ଦେଇଥିବା ସେହି ଯବାନମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନର ଏକ ନିଦର୍ଶନ ବୋଲି ପ୍ରଧାନମନ୍ତ୍ରୀ ରବିବାର ତାଙ୍କ ‘ମନ କୀ ବାତ’ରେ କହିଥିଲେ। ୨୦୧୪ ମସିହାରେ ଏହି ଯୁଦ୍ଧ ସ୍ମାରକୀ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଯୋଜନା କରିଥିଲେ। ଶାନ୍ତି ରକ୍ଷା ମିଶନ ଓ ବିଦ୍ରୋହାତ୍ମକ କାର୍ଯ୍ୟାନୁଷ୍ଠାନରେ ପ୍ରାଣବଳି ଦେଇଥିବା ଯବାନମାନଙ୍କ ସ୍ମୃତିରେ ମଧ୍ୟ ଏହି ସ୍ମାରକୀ ନିର୍ମିତ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories