www.samajalive.in
Monday, December 8, 2025
14.1 C
Bhubaneswar

ଶନିବାର ରାଶିଫଳ

ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟକ୍ତିତ୍ୱର ବିକାଶ ଘଟାଇ ଅନ୍ୟମାନଙ୍କୁ ପ୍ରଭାବିତ କରିବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ।

ବୃଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ମୋକଦ୍ଦମାରେ ବିଜୟୀ ହୋଇ ଅର୍ଥ ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଐଶ୍ୱର୍ଯ୍ୟଯୁକ୍ତ ହେବା ଆଶା କରାଯାଏ।

- Advertisement -

ମିଥୁନ: ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା-କଫଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ମଧୁରଭାଷୀ ହେବେ। ନୀତିନିଷ୍ଠ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି।

କର୍କଟ: କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷରୁ ଧନପ୍ରାପ୍ତ ହେବେ।

ସିଂହ: ଧାର୍ମିକ ଭାବନାରେ ଉଦ୍‍ବୁଦ୍ଧ ହୋଇପାରନ୍ତି। କର୍ତ୍ତବ୍ୟନିଷ୍ଠ ହେବେ। ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ।

କନ୍ୟା: ଗଣ୍ଡଗୋଳିଆ ପରିସ୍ଥିତିରୁ ଫାଇଦା ଉଠାଇ ପାରନ୍ତି। ମନରେ ସେବା ଭାବ ଜାଗରିତ ହୋଇପାରେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ, ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ସୁଖୀ ହେବେ।

ତୁଳା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷା ପରିତ୍ୟାଗ କଲେ ପ୍ରଶଂସାର ପାତ୍ର ହେବେ। ସ୍ୱାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବିଛା: ଯେତେ ବାଧା, ବିଘ୍ନ ପଡ଼ିଲେ ବି କାର୍ଯ୍ୟରେ ଆଗେଇବେ। ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।

ଧନୁ: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବାର ସୂଚନା ମିଳୁଛି। ଆଶା ଫଳବତୀ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ସର୍ବଜନ ପ୍ରିୟ ହେବେ।

ମକର: ମୋହବତ୍‍ରେ ପଡ଼ି ଅପଦସ୍ତ ହେବାର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହେବାର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି।

କୁମ୍ଭ: ଉଦାର ଭାବ ପ୍ରଦର୍ଶନ କରିବେ। ଦାନଶୀଳ ହେବେ। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିବେ। ଯାନବାହନ ସୁଖ ମିଳିବ। ଯଶସ୍ୱୀ ହେବେ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories