www.samajalive.in
Tuesday, December 9, 2025
16.1 C
Bhubaneswar

ସିମ୍‍ କାର୍ଡ ପାଇଁ ଆଧାର ମାଗିବେନି ଟେଲିକମ୍‍ ସଂସ୍ଥା

ନୂଆଦିଲ୍ଲୀ: ନୂଆ ସିମ୍‍ କାର୍ଡ ପ୍ରଦାନ ଓ କେୱାଇସି ଯାଞ୍ଚ ପାଇଁ ଟେଲିକମ୍‍ କମ୍ପାନୀମାନେ ଆଉ ଉପଭୋକ୍ତାଙ୍କୁ ଆଧାର କାର୍ଡ ମାଗିପାରିବେନି। ଶୁକ୍ରବାର ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ସମସ୍ତ ଟେଲିକମ୍‍ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ନିର୍ଦେଶ ଦେଇଛନ୍ତି। ଆଧାର ବୈଧତା ଓ ବ୍ୟବହାର ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ‘ଆଧାର ବୈଧ କିନ୍ତୁ ବାଧ୍ୟତାମୂଳକ ନୁହେଁ। କୌଣସି ବେସରକାରୀ ସଂସ୍ଥା ସେବା ଯୋଗାଇ ଦେବା ପାଇଁ ଉପଭୋକ୍ତାଙ୍କୁ ଆଧାର ନମ୍ବର ଦେବାକୁ ବାଧ୍ୟ କରିପାରିବେନି’ ବୋଲି ସୁପ୍ରିମକୋର୍ଟ ଏକ ଯୁଗାନ୍ତକାରୀ ରାୟ ଦେଇଥିଲେ। ଏହା ସତ୍ତେ୍ୱ ଟେଲିକମ୍‍ କମ୍ପାନୀମାନେ ସିମ୍‍ କାର୍ଡ କିମ୍ବା କେୱାଇସି ପାଇଁ ଉପଭୋକ୍ତାଙ୍କଠାରୁ ଆଧାର ଦାବି କରୁଥିଲେ। ସେମାନଙ୍କର ଯୁକ୍ତି ଥିଲା ଯେ ମୋବାଇଲ୍‍ ନମ୍ବର ସହିତ ଆଧାର ଲିଙ୍କ କରିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ। ତେଣୁ ସରକାରୀ ନିର୍ଦେଶ ବିନା ସେମାନେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ଶୁକ୍ରବାର କେନ୍ଦ୍ର ଟେଲିକମ୍‍ ବିଭାଗ କେୱାଇସିରେ ଆଧାରକୁ ବାଧ୍ୟତାମୂଳକ ନ କରିବା ପାଇଁ ଟେଲିକମ୍‍ ସଂସ୍ଥାଙ୍କୁ ନିର୍ଦେଶ ଜାରି କରିଛି। ଏ ଦିଗରେ କଣ ପଦକ୍ଷେପ ନିଆଯାଇଛି ଓ ଉପଭୋକ୍ତାଙ୍କ ପରିଚୟ, ଠିକଣା ଆଦିକୁ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସଂଗ୍ରହ କରିବା ପାଇଁ କଣ କରାଯାଇପାରିବ ସେ ସମ୍ପର୍କରେ ନଭେମ୍ବର ୫ ତାରିଖ ସୁଦ୍ଧା ଜଣାଇବାକୁ ଟେଲିକମ୍‍ ସଂସ୍ଥାଙ୍କୁ ନିର୍ଦେଶ ଦିଆଯାଇଛି। ଯଦି ଉପଭୋକ୍ତାମାନେ ଚାହିଁବେ ତେବେ ପରିଚୟ ଓ ଠିକଣା ପାଇଁ ସେମାନେ ନିଜ ତରଫରୁ ଆଧାର ବ୍ୟବହାର କରିପାରିବେ ବୋଲି ନୂଆ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories