www.samajalive.in
Sunday, December 14, 2025
26.1 C
Bhubaneswar

ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ ଶୁଣାଣି

ନୂଆଦିଲ୍ଲୀ: ସିନେ ତାରକା ସଲମାନ ଖାନ୍‌ଙ୍କ ଜାମିନ ଶୁଣାଣି ଶନିବାରକୁ ଘୁଞ୍ଚାଇ ଦେଇଛନ୍ତି ଯୋଧପୁର ସେସନ୍ସ କୋର୍ଟ। ଯୋଧପୁର ସେଣ୍ଟ୍ରାଲ ଜେଲରେ ୧୦୬ନମ୍ବର ଅପରାଧୀ ଭାବରେ ୫ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ ସଲମାନ ଆଜି ସେସନ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କୃଷ୍ଣସାର ହରିଣ ଶିକାର ମାମଲାରେ କାଲି ଯୋଧପୁର ସିଜେଏମ୍‌ ସଲମାନଙ୍କୁ ୫ବର୍ଷ ଜେଲ ସହ ୧୦ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ମାମଲାରେ ସଲମାନଙ୍କୁ ସେଣ୍ଟ୍ରାଲ ଜେଲକୁ ଯିବାକୁ ପଡ଼ିଥିଲା। ଉକ୍ତ ମାମଲାରେ ଜାମିନ ପାଇଁ ଗୁରୁବାର ସଲମାନଙ୍କ ଓକିଲ ସେସନ କୋର୍ଟରେ ଆବେଦନ କରିଥିଲେ। ତେବେ ସେସନ୍ସ ଜଜ୍‌ ରବିନ୍ଦ୍ର କୁମାର ଯୋଶୀ ଉଭୟ ପକ୍ଷର ଶୁଣାଣି କରି ଆସନ୍ତା କାଲି ପାଇଁ ରାୟକୁ ସଂରକ୍ଷିତ ରଖିଛନ୍ତି। ଫଳରେ ସଲମାନଙ୍କୁ ଆଜି ମଧ୍ୟ ଜେଲ ହାଜତରେ ରହିବାକୁ ପଡ଼ିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories