www.samajalive.in
Friday, December 12, 2025
27.1 C
Bhubaneswar

ରାତିରେ ଚାର୍ଜିଂ ବେଳେ ଫାଟିଲା ମୋବାଇଲ୍‌ ପାଖରେ ଶୋଇଥିବା ଶିଶୁ ମୃତ

ଲକ୍ଷ୍ମୌ – ଚାର୍ଜିଂ ବେଳେ ଅଧିକ ଗରମ ହେବାରୁ ମୋବାଇଲ୍‌ ଭିତରେ ଥିବା ବ୍ୟାଟେରୀ ବେଳେ ବେଳେ ଫାଟି ଯାଇଥାଏ । ଏହି କାରଣରୁ ଅନେକ ଆହତ ହୋଇଥାଆନ୍ତି । କାହାର କାହାର ମଧ୍ୟ ମୃତ୍ୟୁ ହୋଇଥାଏ । ଏପରି ଏକ ଘଟଣା ଉତ୍ତର ପ୍ରଦେଶର ବରେଲୀରେ ଘଟିଛି । ଚାର୍ଜି ହେଉଥିବା ବେଳେ ମୋବାଇଲ୍‌ ଫାଟିଯିବାରୁ ୮ ମାସ ଶିଶୁର ମୃତ୍ୟୁ ହୋଇଛି ।

ମୃତ ଶିଶୁର ବାପା ମାଆଙ୍କ ସୂଚନା ଅନୁସାରେ ସେମାନେ ୮ ମାସ ତଳେ ଏହି ମୋବାଇଲ୍‌କୁ କିଣିଥିଲେ । କିଛି ଦିନ ତଳେ ମୋବାଇଲ୍‌ର ବ୍ୟାଟେରୀଟି ଫୁଲିଥିଲା । ସୋଲାର ପ୍ୟାନେଲ୍‌ ଥିବା ଏକ ସକେଟ୍‌ରେ ଦମ୍ପତ୍ତି ଏହାକୁ ଚାର୍ଜ କରୁଥିଲେ । ମୋବାଇଲ୍‌ ଫାଟିବାର ଶଦ୍ଦ ଶୁଣି ଶିଶୁର ମା ସେଠାରେ ପହଞ୍ଚି ଶିଶୁଟି ଗୁରୁତର ହୋଇଥିବା ଦେଖିଥିଲେ । ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

- Advertisement -

ଶିଶୁର ଶରୀରର ଅଧିକାଂଶ ଭାଗ ଜଳିଯାଇଥିଲା । ଏହି କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଛି । ପୁଲିସ ଏବେ ଘଟଣାର ତଦନ୍ତ କରୁଛି ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories