www.samajalive.in
Saturday, December 6, 2025
26.1 C
Bhubaneswar

ମୃତକଙ୍କୁ ୩ ଲକ୍ଷ, ଆହତଙ୍କୁ ଏକ ଲକ୍ଷ କ୍ଷତିପୂରଣ ନିର୍ଦେଶ

ନୂଆଦିଲ୍ଲୀ : କାଳବୈଶାଖୀ ବେଳେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳରେ ବିଦ୍ୟୁତ ତାର ଛିଣ୍ଡି ବାପ ଓ ପୁଅ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ମୃତକଙ୍କ ନିକଟ ପରିଜନଙ୍କୁ ୩ ଲକ୍ଷ ଓ ଆହତଙ୍କୁ ଏକ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବା ପାଇଁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ସଚିବ ପୀଡ଼ିତଙ୍କୁ ସହାୟତା ରାଶି ପ୍ରଦାନ କରି ନଭେମ୍ବର ୮ ସୁଦ୍ଧା ଏନଏଚଆରସିଙ୍କୁ ଜଣାଇବେ।
ପ୍ରକାଶ ଯେ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ କମାରସାହି ଛକରେ ଗତ ୧୯ ଅପ୍ରେଲ ୨୦୧୭ରେ କାଳବୈଶାଖୀ ଯୋଗୁଁ ଗଛ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡ଼ିବାରୁ ତାର ଛିଣ୍ଡି ଯାଇଥିଲା। ତାର ସଂଶର୍ଶ୍ପରେ ଆସି ତିରିମଲ୍ଲ ଗ୍ରାମର ମହେନ୍ଦ୍ର ବେହେରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ପୁତ୍ର ପ୍ରଦୀପ ବେହେରା ଗୁରୁତର ଭାବେ ଆହତ ହୋଇ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିଲେ। ପୀଡ଼ିତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମାନବାଧିକାର କର୍ମୀ ଜୟନ୍ତ ଦାଶ ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଜବାବରେ ବିଦ୍ୟୁତ ବିତରଣ କମ୍ପାନୀ ସେସୁ ତରଫରୁ ଦର୍ଶାଯାଇଥିଲା ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିଦ୍ୟୁତ ତାର ଛିଣ୍ଡି ଥିଲା। ଏଭଳି ଅଘଟଣ ପାଇଁ ସେସୁ ଦାୟୀ ନୁହେଁ; ତେଣୁ ଅନୁକମ୍ପାମୂଳକ ସହାୟତା ଦେବା ପାଇଁ କମ୍ପାନୀ କର୍ତ୍ତୁପକ୍ଷ ଅମଙ୍ଗ ହୋଇଥିଲେ। ରାଜ୍ୟ ଶକ୍ତି ବିଭାଗ ମଧ୍ୟ ସେସୁର ଯୁକ୍ତିରେ ସ୍ୱର ମିଳାଇ ଥିଲା। ଜାତୀୟ ମାନବାଧିକାର ଆୟୋଗ ଉଭୟ ସେସୁ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଯୁକ୍ତିକୁ ଖାରଜ କରି ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories