www.samajalive.in
Monday, December 8, 2025
24.1 C
Bhubaneswar

ମାର୍ଚ୍ଚ ପ୍ରଥମ ସପ୍ତାହରେ ବାଜିବ ନିର୍ବାଚନ ସୂଚୀ ଘୋଷଣା !

ନୂଆଦିଲ୍ଲୀ : ମାର୍ଚ୍ଚ ପ୍ରଥମ ସପ୍ତାହରେ ବାଜିବ ଲୋକସଭା ନିର୍ବାଚନ ବିଗୁଲ। ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳପ୍ରଦେଶ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ବିଗୁଲ ବାଜିବ। ନିର୍ବାଚନ ଆୟୋଗ (ଇସି) ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିସାରିଲେଣି; କେବଳ କେତେ ପର୍ଯ୍ୟାୟରେ ନିର୍ବାଚନ ହେବ ଓ ମାସର କେଉଁ କେଉଁ ତାରିଖରେ ମତଦାନ କରାଯିବ ତା’ଉପରେ ନିଷ୍ପତ୍ତି ନେବାକୁ ବାକି ରହିଥିବା ଜଣାପଡ଼ିଛି। ଜୁନ୍‌ ୩ରେ ଚଳିତ ଲୋକସଭାର ଅବଧି ଶେଷ ହେଉଥିବାରୁ ତା’ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଇସି ସମସ୍ତ ଉଦ୍ୟମ ଚଳାଇଛନ୍ତି। ମତଦାନ ତାରିଖ ଧାର୍ଯ୍ୟ କରିବା କ୍ଷେତ୍ରରେ ସୁରକ୍ଷା ବାହିନୀର ଉପଲବ୍ଧତା ଓ ଅନ୍ୟ କିଛି ସମସ୍ୟା ରହିଛି। ଶୀଘ୍ର ଏହା ଦୂର କରିବା ନେଇ ଇସି ପ୍ରସ୍ତୁତି ଚଳାଇଛନ୍ତି।
ପୁନଶ୍ଚ ଜାମ୍ମୁ-କାଶ୍ମୀର ବିଧାନସଭା ଗତ ନଭେମ୍ବର ମାସରେ ଭଙ୍ଗ ହୋଇଛି। ଭାରତର ସମସ୍ତ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ୫ବର୍ଷ ହୋଇଥିବାବେଳେ ଜାମ୍ମୁ-କାଶ୍ମୀର ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ଓ ଏହା ଆସନ୍ତା ୨୦୨୧ ମାର୍ଚ୍ଚ ୧୬ରେ ଶେଷ ହେବାକୁ ଥିଲା। ଏଠାରେ ୬ମାସ ମଧ୍ୟରେ ବିଧାନସଭା ନିର୍ବାଚନ କରାଯିବାର ବିଧି ଥିବାରୁ ଲୋକସଭା ନିର୍ବାଚନ ସହିତ ଏହି ରାଜ୍ୟରେ ନିର୍ବାଚନ କରାଇବାକୁ ଇସି ମନ ସ୍ଥିର କରିଥିବା ଜଣାଯାଇଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଏକ ବଡ଼ ପ୍ରସଙ୍ଗ ରହିଛି। ସେହିଭଳି ମେ ୨୭ରେ ସିକିମ, ଜୁନ ୧୮ରେ ଆନ୍ଧ୍ରପ୍ରଦେଶ, ଜୁନ ୧୧ରେ ଓଡ଼ିଶା ଓ ଜୁନ ୧ରେ ଅରୁଣାଚଳପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି।
ଇସି ୨୦୦୪ ଫେବୃଆରୀ ୨୯ରେ ୪ ପର୍ଯ୍ୟାୟ ନିର୍ବାଚନ କରାଇଥିଲେ। ଏପ୍ରିଲ ୨୦ରୁ ଆରମ୍ଭ ହୋଇ ଏହା ମେ ୧୦ରେ ଶେଷ ହୋଇଥିଲା। ସେହିଭଳି ୨୦୦୯ ନିର୍ବାଚନ ୫ପର୍ଯ୍ୟାୟ ବିଶିଷ୍ଟ ହୋଇଥିଲା। ଏଥିପାଇଁ ମାର୍ଚ୍ଚ ୨ରେ କାର୍ଯ୍ୟସୂଚୀ ଘୋଷଣା ହୋଇଥିଲା ଏବଂ ଏପ୍ରିଲ ୧୬ରୁ ଏହା ଆରମ୍ଭ ହୋଇ ମେ ୧୩ରେ ଶେଷ ହୋଇଥିଲା। ୨୦୧୪ ନିର୍ବାଚନ୯ପର୍ଯ୍ୟାୟ ବିଶିଷ୍ଟ ହୋଇଥିଲା। ମାର୍ଚ୍ଚ ୫ରେ କାର୍ଯ୍ୟସୂଚୀ ଘୋଷିତ ହୋଇଥିଲା​‌େ​‌ବଳେ ଏପ୍ରିଲ ୭ରୁ ମେ ୧୨ ମଧ୍ୟରେ ମତଦାନ କରାଯାଇଥିଲା।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories